Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁହିଙ୍କ ଟେନସନ ବଢ଼ିଲା, କୋର୍ଟର ସମୟ ନଷ୍ଟ କରିଥିବାରୁ ୨୦ ଲକ୍ଷ ଟଙ୍କା ଜୋରିମନା

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS
ଜୁହିଙ୍କ ଟେନସନ ବଢ଼ିଲା, କୋର୍ଟର ସମୟ ନଷ୍ଟ କରିଥିବାରୁ ୨୦ ଲକ୍ଷ ଟଙ୍କା ଜୋରିମନା
186
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ୫ଜି ଟେକନୋଲୋଜିକୁ ନେଇ ଦାଏର କରିଥିବା ଆବେଦନ ଖାରଜ ହୋଇଛି। ଏହା ସହ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଜଷ୍ଟିସ୍‌ ଜେଆର ମିଧାଙ୍କ ଖଣ୍ଡପୀଠ ଏହି ମାମଲାର ଉପରେ ଶୁକ୍ରବାର ନିଜର ରାୟ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବୁଧବାର ଏହି ମାମଲାର ଶୁଣାଣି ମଧ୍ୟ କରିଥିଲେ କୋର୍ଟ । କୋର୍ଟ ଫିସ ଭରିନାହାନ୍ତି ଜୁହି ଚାୱଲା । ଦେଢ଼ ଲକ୍ଷ ଟଙ୍କା ଗୋଟିଏ ସପ୍ତାହ ଭିତରେ ଜମା କରିବାକୁ ଜୁହିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଜୁହିଙ୍କ ଆବେଦନରେ କୌଣସି ପ୍ରକାର ତଥ୍ୟ ନଥିବା ବେଳେ ନିଜର ପବ୍ଲିସିଟି ପାଇଁ କୋର୍ଟର ସମୟ ନଷ୍ଟ କରିଥିବା ଖଣ୍ଡପୀଠ କହିଛନ୍ତି। ଜୁହି କୋର୍ଟର ଶୁଣାଣି ସମୟର ଭିଡିଓ ବନ୍ଧୁମାନଙ୍କୁ ସେୟାର କରି ଶସ୍ତା ପବ୍ଲିସିଟି କରୁଥିବା ମଧ୍ୟ କୋର୍ଟ କହିଛନ୍ତି। କୋର୍ଟର କାର୍ୟ୍ୟ ପ୍ରଣାଣୀର ଦୂରୁପଯୋଗ କରିଥିବା ନେଇ ଜୁହିଙ୍କ ଉପରେ ଫାଇନ୍‌ ଲଗାଇଛନ୍ତି କୋର୍ଟ। ତଥ୍ୟ ବିନା ଆବେଦନ ହୋଇଥିବା ନେଇ ଖୋଦ ଆବେଦନକାରୀ ଜାଣିନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ପରାମର୍ଶ ଭିତ୍ତିରେ କରାଯାଇଛି ଯାହାକି କେବଳ ପବ୍ଲିସିଟି ପାଇଁ ଥିଲା ବୋଲି ଜଜ୍ କହିଛନ୍ତି। ଅଭିନେତ୍ରୀ ଜୁହି ଚାଓ୍ବାଲା ଦେଶରେ ୫ଜି ନେଟୱର୍କ ସ୍ଥାପିତ ହେବାର କୂପ୍ରଭାବକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ଦ୍ବାରା ମଣିଷ, ଜୀବ ଯନ୍ତୁ, ଗଛ ଏବଂ ପରିବେଶ ଉପରେ ବିକିରଣର ପ୍ରଭାବ ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଜୁହି ଚାୱଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!