ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଥିବା ତ୍ରିଲୋଚନ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଆସାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା କରିଛନ୍ତି କୋର୍ଟ । ସୁଚନାନୁସାରେ ୨୦୧୩ ମସିହା ୨୨ ତାରିଖରେ ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲ। ଫାଣ୍ଡି ଅଞ୍ଚଳ ର ବେରୁହଁବାରି (ହରିଜନ ସାହି) ର କୁମର ନାଏକ ପିତା – ମୃତ ମୁରଲୀ ନାଏକ ଏକ ଲିଖିତ ଏତଲା ଦେଇ ଅଭିଯୋଗ କରିଥିଲେ କି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମ ର ବାଉରୀ ନାଏକ ପିତା – ଫିରିକ ନାଏକ, ତାଙ୍କର ଦୁଇ ପୁଅ ସୁଶାନ୍ତ ନାଏକ ଓ ଧୋବା ନାଏକ ଫାର୍ସ ରେ ତାଙ୍କ ପୁଅ ଲୋଚନ ଓରଫ ଲୋଚନର ମୁଣ୍ଡକୁ ନିର୍ମମ ଭାବରେ ହାଣି ହତ୍ୟା କରି ବାହାଡ଼ଝୋଲା-ସୁନାମୁହିଁ ପୂର୍ତ୍ତ ବିଭାଗ ରାସ୍ତା ରେ ପକାଇ ଦେଇଥିଲେ। ଉକ୍ତ ଏତଲ। କୁ ଭିତ୍ତି କରି ଓଡ଼ଗାଁ ଥାନା ଅଧିକାରୀ ଥାନା କେସ ନଂ ୧୪୭/୨୦୧୩ ଦଫା ୩୦୨/୩୪ ରେ ରୁଜ୍ଜୁ କରି ଧୋବା ନାଏକ, ବାଉରୀ ନାଏକ ଓ ସୁଶାନ୍ତ ନାଏକ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ତଦନ୍ତ ପରେ ମାନ୍ୟବର ଅଦାଲତ ଙ୍କ ଠାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୌର।ଜଜ୍, ଓଡ଼ଗାଁ ଙ୍କ ଅଦାଲତ ରେ ଏସ. ଟି କେସ ନଂ ୫୯/୩୫-୨୦୨୦/୨୦୨୩ ଆସାମୀ ସୁଶାନ୍ତ ନାଏକ ଙ୍କ ବିଚାର ପ୍ରକ୍ରିୟା ଚାଲିଥିଲା। ସରକାର ଙ୍କ ତରଫରୁ ୧୭ ଜଣ ଓ ଆସାମୀ ତରଫରୁ ୨ ଜଣ ସଫେଇ ସାକ୍ଷୀ ମାନଙ୍କ ବୟାନ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌର।ଜଜ୍ ମାନସ ରଞ୍ଜନ ରଥ ସୁଶାନ୍ତ ନାଏକ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ଦଶହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅତିରିକ୍ତ ଛ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇ ଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ବାଉରୀ ନାଏକ ଏସ. ଟି କେସ ନଂ ୩୦/୧୧୧-୨୦୧୪ ରେ ବିଚାର ପ୍ରକ୍ରିୟା ଶେଷ ହୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରଜାଜ୍, ନୟାଗଡ ଅଦାଲତ ଙ୍କ ଆଦେଶ ମତେ ଆଜୀବନ ସଶ୍ରମ କାରାଦଣ୍ଡ ପାଇ ନୟାଗଡ ଉପ କାରାଗାର ରେ ସଜା କାଟୁଛନ୍ତି। ଅନ୍ୟ ଆସାମୀ ଧୋବା ନାଏକ ଘଟଣା ପରଠାରୁ ଆଜି ପର୍ୟ୍ୟନ୍ତ ଫେରାର ଅଛନ୍ତି। ଉକ୍ତ ମାମଲା କୁ ଅତିରିକ୍ତ ସରକାରୀ ଅଧିବକ୍ତା ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ।





