Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର ଡକାୟତି ଘଟଣା, ୩ ଅଭିଯୁକ୍ତଙ୍କୁ ୬ ବର୍ଷ କାରାଦଣ୍ଡାଦେଶ

by ସଞ୍ଜୟ ସ୍ୱାଇଁ
May 13, 2024
in Crime, Nayagarh, State
ଗ୍ରାହକଙ୍କୁ ଠକିବା ଓ ମାନସିକ ନିର୍ୟାତନା ଦେବା ମହଙ୍ଗା ପଡ଼ିଛି ରାଜଧାନୀର ଏକ କାର୍‌ ସୋ ରୁମ୍‌କୁ
409
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଜଜ୍ ତଥା ସହକାରୀ ଦୌରା ଜଜ୍ ଶ୍ରୀମତୀ ସ୍ମୃତିସ୍ନିଗ୍ଧା ଦାସ ଏକ କାର ଡକାୟତି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ଅନାଦେୟ ୧ ହଜାର ଟଙ୍କା ଜୋରିମନା କରାଯାଇଛି । ସୁଚନାନୁସାରେ ୨୦୨୨ ମସିହା ନଭେମ୍ବର ମାସ ୧୪ ତାରିଖରେ ସିପାହି ଅସୁରଢିପା ଗ୍ରାମର ଦେବାଶିଷ ମହାପାତ୍ରଙ୍କ ଠାରୁ ତାଙ୍କ ସାଙ୍ଗ ସୁଧୀର ଗୌଡ଼ ହୁଣ୍ଡାଇ ୟନ କାର ତାଙ୍କ ମାଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ମାଗି କରି ନେଇଯାଇଥିଲେ । ଗାଡି ନଂ – ଓଡି୦୭ଭି୯୩୯୧ ଗାଡିରେ ସୁଧୀର ଗୌଡ଼ ଭୁବନେଶ୍ୱରରୁ ଫେରି ତାଙ୍କ ଗ୍ରାମ ଛଅମାଣ ଶଙ୍ଖ ଠାରେ ରାତି ଗୋଟାଏ ବେଳେ ଗାଡି ଭିତରେ ଖାଦ୍ୟ ଖାଉଥିଲେ । ଏହି ସମୟରେ ୬ ଜଣ ଦୁର୍ବୁତ ମଟର ସାଇକେଲରେ ଆସି ଖଣ୍ଡା, ଭୁଜାଲି ଦେଖାଇ ଗାଡିଟିକୁ ଚୋରି କରି ନେଇଥିଲେ । ଗାଡିର ମାଲିକ ଦେବାଶିଷ ମହାପାତ୍ର ନୟାଗଡ଼ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଥିଲା । ତଦନ୍ତକାରୀ ଦଳ ଉକ୍ତ ଗାଡିକୁ ଭୁବନେଶ୍ୱରରୁ ଉଦ୍ଧାର କରିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଗ୍ରାମର ନାରଣ ନାୟକଙ୍କ ପୁଅ ସିଲୁ ନାୟକ, ଫତେଗଡ଼ ଥାନା ଚକ୍ରଧର ପ୍ରସାଦ ଗ୍ରାମର ଯୋଗୀ ପରିଡ଼ାଙ୍କ ପୁଅ ଦିଲ୍ଲୀପ ପରିଡ଼ା ଓ ଶରଣକୁଳ ଥାନା ଅନ୍ତର୍ଗତ କୁଷାପାଣ୍ଡେରୀ ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ମାନସ ପ୍ରଧାନକୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ସହକାରୀ ଦୌରାଜଜ୍ । ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଟିଆଇ ପ୍ୟାରେଡ ରେକର୍ଡକୁ ଆଧାର କରି ଆଜି ଅଭିଯୁକ୍ତ ମାନଙ୍କୁ ୬ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ସହକାରୀ ଦୌରା ଜଜ୍ ଶ୍ରୀମତୀ ସ୍ମୃତିସ୍ନିଗ୍ଧା ଦାସ । ଏହି ମାମଲାରେ ସରକାରୀ ଆଇନଜିବୀ ପ୍ରଭାତ ଆଦିତ୍ୟ ବରାଡ଼ ମାମଲା ପରିଚାଳନା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!