ନୟାଗଡ଼, (ବାଘୁଆବାର୍ତ୍ତା): ଗତକାଲି କ୍ୟାବିନେଟ୍ ବୈଠକରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ପରେ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଆଜି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ରମେଶ କୁମାର ସାହୁ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଯୁବ ଓ ଛାତ୍ର ସଂଗଠନର କର୍ମକତ୍ତାମାନେ ଯୋଗ ଦେଇ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ଓଡ଼ଗାଁ ବ୍ଲକ ଯୁବ ବିଜେଡି ସଭାପତି ଅର୍ଜ୍ଜୁନ ସାହୁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।






