ସୁନ୍ଦରଗଡ଼ (ବାଘୁଆବାର୍ତ୍ତା): ବିରିମତ୍ରପୁର ଥାନା ଅନ୍ତର୍ଗତ ଝାଡଖଣ୍ଡ ସୀମା କପିଳାସ ଠାରେ ଜୁଆ ଆଡ୍ଡା ଚାଲିଥିବା ବେଳେ ସୁନ୍ଦରଗଡ଼ ପୋଲିସର ଅତର୍କିତ ଚଢ଼ାଉ । ୧୩ ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ବିରିମତ୍ରପୁର ଥାନା ଅନ୍ତର୍ଗତ ଝାଡଖଣ୍ଡ ସୀମା କପିଳାସ ଠାରେ ଜୁଆ ଆଡ୍ଡା ଚାଲିଥିବା ସୁନ୍ଦରଗଡ଼ ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ଉକ୍ତ ସ୍ଥାନାରେ ଅତର୍କିତ ଭାବରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୧୩ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫ଲକ୍ଷ ୩୧ ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ ୧୭ଟି ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ସେଠାରେ ଥିବା ୯ଟି ବାଇକ ଓ ୪ଟି ୪ ଚକିଆ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି ପୋଲିସ । କୋଭିଡ ସମୟରେ କର୍ଫୁୁ ଓ ଲକଡାଉନ ଚାଲିଥିବା ବେଳେ ନିୟମକୁ ନମାନି ଗହଳି କରି ଜୁଆ ଖେଳୁଥିବା ୧୩ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।






