Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ସାମ୍ବାଦିକ ଅଶୋକ ରଥଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
January 9, 2020
in Nayagarh
ବରିଷ୍ଠ ସାମ୍ବାଦିକ ଅଶୋକ ରଥଙ୍କ ପରଲୋକ
33
VIEWS
Share on FacebookShare on Twitter

ସାମ୍ବାଦିକ ଭବନରେ ନୀରବ ପାର୍ଥନା, ସବୁ ମହଲରେ ଶୋକ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସିଥିବା ବରିଷ୍ଠ ସାମ୍ବାଦିକ ଅଶୋକ ରଥଙ୍କର ୫୮ ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ନୟାଗଡ଼ର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସାମ୍ବାଦିକ ଭବନରେ କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକମାନେ ନୀରବ ପାର୍ଥନା କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ସହର ନୂଆରାଜବାଟୀ ରାସ୍ତା ଶିଶିର ରଥଙ୍କ ପୁତ୍ର ଅଶୋକ ରଥ ବିଗତ ଦିନରେ ବିଭିନ୍ନ ଗଣମାଧ୍ୟମରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ବେଳେ ପ୍ରଜା ଆନ୍ଦୋଳନ ନାମରେ ଏକ ପାକ୍ଷୀକ ଖବରକାଗଜର ସଂପାଦକ ଭାବେ ଦାୟିତ୍ୱ ବହନ କରିଥିଲେ । ସାମ୍ବାଦିକତା ବ୍ୟତିତ ଜଣେ ଆଇନଜୀବୀ ଏବଂ ସମାଜସେବୀ ଭାବରେ ନୟାଗଡ଼ ସହରରେ ପରିଚିତ ଶ୍ରୀଯୁକ୍ତ ରଥ କିଛିବର୍ଷ ହେବ ରୋଗାଗ୍ରସ୍ତ ରହିଥିବା ବେଳେ ନିକଟରେ ତାଙ୍କର ଏକ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଗତକାଲି ତାଙ୍କ ବାସଭବନରେ ସେ ଅସୁ୍ସ୍ଥତା ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ସେ ଇହଳୀଳା ସମ୍ବରଣ କରିଥିବା ଜଣାପଡ଼ିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ତ୍ୟ ସଂମ୍ପର୍ଣ୍ଣ ହୋଇଛି । ଏହି ଅବସରରେ କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକ ମାନଙ୍କର ଏକ ଜରୁରୀ ବୈଠକ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବା ସହ ତାଙ୍କର ଅମର ଆତ୍ମାର ସତଗତି କାମନା କରାଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୀରବ ପାର୍ଥନା କରାଯିବା ସହ ଶ୍ରୀଯୁକ୍ତ ରଥଙ୍କ ଜୀବନବ୍ୟାପି କାର୍ଯ୍ୟଶୈଳୀକୁ ସ୍ମରଣ କରାଯାଇଛି । ଅନ୍ୟପକ୍ଷେ ଶ୍ରୀଯୁକ୍ତ ରଥଙ୍କ ପରଲୋକକୁ ନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ୍ ଦାଶ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ, ଓଡ଼ିଶା ୟୁନିୟନ ଅଫ ଜର୍ନାଲିଷ୍ଟ ନୟାଗଡ଼ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଏଠାରେ ପ୍ରକାଶ ଯୋଗୀ ଯେ, ଶ୍ରୀଯୁକ୍ତ ରଥ ଛାତ୍ରଜୀବନରୁ ତାଙ୍କର ରାଜନୀତି ସହିତ ବିଭିନ୍ନ କଳା, ସାହିତ୍ୟ ଏବଂ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିବା ସହିତ ବିଭିନ୍ନ ଅନୁଷ୍ଠାନର କମକର୍ତ୍ତା ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!