ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ବରିଷ୍ଠ ସାମ୍ବାଦିକ ସୋମନାଥ ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଶୋକର ଛାୟା ଖେଳି ଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥଙ୍କ ସମେତ ବହୁ ଜିଲ୍ଲା ପ୍ରତିନିଧି ଶୋକ ପ୍ରକାଶ କରିଛନ୍ତି । ବାଘୁଆବାର୍ତ୍ତା ପକ୍ଷରୁ ସୋମନାଥଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରାଯାଇଛି ।





