Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା ଓ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ନେଇ ସମୀକ୍ଷା

by ସଞ୍ଜୟ ସ୍ୱାଇଁ
February 18, 2021
in Feature News
ରାସ୍ତା ଓ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ନେଇ ସମୀକ୍ଷା
95
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାରେ ଥିବା ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ଉପରେ ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପୂର୍ତ୍ତ ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତାଗୁଡ଼ିକ ଉପରେ ଆଲୋଚନା ହେବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ୧୪ଟି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥି ମଧ୍ୟରେ ଆର୍‌ଡି ରୋଡ୍‌ଠାରୁ ଗୋଡଖୁଣ୍ଟିଆ ପର୍ଯ୍ୟନ୍ତ ରାସ୍ତା, ଡାବୁଗାଁଠାରୁ କେଲିଆ ରାସ୍ତା, ପିଏଲ୍‌ ରୋଡ ଠାରୁ କୁମୁଲି, ଭରସୁଣ୍ଡି ପର୍ଯ୍ୟନ୍ତ ରାସ୍ତା, ରାଇଘରଠାରୁ ଅଞ୍ଚଲା ପର୍ଯ୍ୟନ୍ତ ରାସ୍ତା, ଚନ୍ଦାହାଣ୍ଡିଠାରୁ ପାଟଖୋଲିଆ ପର୍ଯ୍ୟନ୍ତ ରାସ୍ତା, କୋଷାଗୁମୁଡ଼ା-ଉକିଆପାଲି-ବଡଗାଁ ରାସ୍ତା, ପିଡବ୍ଲୁ୍ୟଡି ରାସ୍ତାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା, ସର୍କିଟ ହାଉସ୍‌ରୁ ଭିଜିଲାନ୍ସ ଅଫିସ ପର୍ଯ୍ୟନ୍ତ ରାସ୍ତା, ଦଶହରାପଡ଼ିଆ ଛକଠାରୁ ପୋଦାଲଗୁଡ଼ା ଛକ ପର୍ଯ୍ୟନ୍ତ ରାସ୍ତା, ପିଡବ୍ଲୁ୍ୟଡି ଆଇବି ଦେଇ ପାପଡ଼ାହାଣ୍ଡି ବାଇପାସ୍‌ ରାସ୍ତା, ବଡ଼ମସିଗାଁଠାରୁ ଦେଓଦୋରା ଭାୟା ବାସିଣୀ ବେତାଳ ରାସ୍ତା, ପୋଦାଲଗୁଡ଼ାଠାରୁ ଧୂଳିଘାଟି ଭାୟା ବଗସିଉଣୀ-ଅମଲାଭଟ ପାତ୍ରପୁଟ ରାସ୍ତା, ମୂଷାମୁଣ୍ଡିଗୁଡ଼ାଠାରୁ କଣ୍ଟାଗାଁ ଭାୟା ଅଞ୍ଚଳଗୁମା-ପାତ୍ରପୁଟ-ଝରିଗୁମା ରାସ୍ତା ଏବଂ ଡଙ୍ଗରଭେଜାଠାରୁ ମେନ୍ତରୀ ଛକ ଭାୟା ଦିଗିସଲପ-ବୋରଗାଁ ରାସ୍ତା ଆଜି ଅନ୍ୟତମ । ଏଥି ସହ ଜିଲ୍ଲାରେ ଟୁରୀ ଏବଂ ଇନ୍ଦ୍ରାବତୀ ନଦୀ ଉପରେ ଦୁଇଟି ଉଚ୍ଚସ୍ତରୀୟ ସେତୁ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଚିଫଇଂଜିନିୟର ରୋଡସ୍‌ ଶ୍ରୀ ମନୋରଞ୍ଜନ ମିଶ୍ର, ଇଆଇସି ଆର୍‌ଡବ୍ଲୁ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!