ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ଗତକାଲି ଆଇପିଏସ ସ୍ତରରେ ଏକ ଅଦଳବଦଳ କରାଯାଇଥିଲା । ୧୯୮୮ବ୍ୟାଚର ଆଇପିଏସ ଏମ ଅକ୍ଷୟଙ୍କୁ ଅଗ୍ନିଶମ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତ କରିଥିଲେ । ତେବେ ପାରମ୍ଭିକ ଭାବେ ଆଜି ଏମ୍ ଅକ୍ଷୟଙ୍କ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ତେବେ ଅଗ୍ନିଶମ ଡିଜି ଭାବେ ଦାୟୀତ୍ୱ ନେବା ପରେ ବିଭାଗର ସମସ୍ତ ଅଧିକାରୀ ନୂତନ ଡିଜି ଏମ୍ ଅକ୍ଷୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।





