ନୟାଗଡ଼,(ବାଘୁଆବାର୍ତ୍ତା): ସଙ୍ଗରୋଧ ଗୃହ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ଯୋଗ ପ୍ରଶିକ୍ଷଣ ତାଲିମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋମଣ୍ଡ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନିର୍ମିତ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଆରମ୍ଭ କରିଛନ୍ତି ।ପ୍ରାତଃରୁ ସମସ୍ତ ପ୍ରବାସୀ ନିତ୍ୟକର୍ମ ସାରି ବିଦ୍ୟାଳୟ ଖେଳପଡ଼ିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ । ସରପଞ୍ଚ ଶ୍ରୀଯୁକ୍ତ ଦଳେଇ ନିଜେ ପ୍ରବାସୀ ମାନଙ୍କୁ ଯୋଗ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଛନ୍ତି । ଯୋଗ ସମ୍ବନ୍ଧରେ ନିଜର ୧୦ବର୍ଷର ଅନୁଭୂତିକୁ ସଠିକ ସମୟରେ ଉପଯୋଗ କରିଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ ପାଳନ କରୁଥିବାରୁ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।






