ନୟାଗଡ଼,(ବାଘୁଆବାର୍ତ୍ତା): ଭାରତୀୟ ଦର୍ଶନରେ ଯୋଗ ଏକ ଅତି ମହତ୍ବପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଯୋଗାଭ୍ଯାସ କରିବା ଜରୁରୀ । ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ନୟାଗଡ କୋର୍ଟ ପରିସରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇ ଯାଇଛି । ଏଥିରେ ପିଏଟଏସର ଯୋଗଗୁରୁ ରାଜୀବ ଲୋଚନ ନାଥ ଯୋଗ ଶିକ୍ଷା ଦେଇଥିଲେ । ଏଥିରେ ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ସହିତ ନୟାଗଡ ବିଚାର ବିଭାଗର ସମସ୍ତ ଜଜ, ଓକିଲ, ଜିଲ୍ଲା ଜଜ କୋର୍ଟର ସମସ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ । ଏଥି ସହିତ ନୟାଗଡ ଜିଲ୍ଲା କାରାଗାର ପରିସରରେ ଜେଲର ଅଜିତ କୁମାର ବେହେରାଙ୍କ ତତ୍ବାବଧାନରେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏଥିରେ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଓ ସ୍ଵେଚ୍ଛାସେବୀ ଅମନ ମିଶ୍ର ଯୋଗ ଦେଇ ସୁସ୍ଥ ବ୍ୟକ୍ତିର ଦିନଚର୍ଯ୍ୟା ତଥା ଆହାର, ନିଦ୍ରା, ବ୍ରହ୍ମଚର୍ଜ୍ୟ, ବ୍ୟାୟାମ , ସ୍ନାନ ଓ ଧ୍ୟାନ ଉପରେ ଆଲୋକପାତ କରିଥିଲେ । ଏଥିରେ ଅଧିକାର ମିତ୍ର ଲୀପଶା ଦାଶ ଓ ଶୁଭସ୍ମିତା ମିଶ୍ର ସମ୍ପୂର୍ଣ ସହଯୋଗ କରିଥିଲେ । ସେହିଭଳି ସମର୍ପଣ ବୃଦ୍ଧଶ୍ରମରେ ଆନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ ହୋଇ ଯାଇଛି । ଏଥିରେ ଆଡ୍ଭୋକେଟ କାମାକ୍ଷା ପ୍ରସାଦ ଦାଶ, କବିତା ମିଶ୍ର ଯୋଗ ଦେଇ ସ୍ୱାସ୍ଥ୍ୟ ପାଇଁ ଯୋଗାର ଆବଶ୍ୟକତା ଉପରେ ବୁଝାଇଥିଲେ । ଏଥିରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ଜିନୁ ସାହୁ ସହଯୋଗ କରିଥିଲେ । ସେହିଭଳି ତପସ୍ୟାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏଥିରେ ରିମାଣ୍ଡ ଆଡଭୋକେଟ ଲଲାଟେନ୍ଦୁ କୁମାର ମାନସିଂହ , ଅଧିକାର ମିତ୍ର ମମତା ବେହେରା, ପ୍ରକାଶ ଚନ୍ଦ୍ର ଦଲାଇ ଯୋଗ ଦେଇଥିଲେ । ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସେବା ଅନୁଷ୍ଠାନ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଚିବ ଅଞ୍ଜଳି ମଚ୍ଛଖଣ୍ଡ ପ୍ରଦୀପ ପ୍ରଜ୍ଵଳନ କରି ଆନ୍ତର୍ଜାତୀୟ ଯୋଗ ଶିବିରକୁ ଉଦ୍ଘାଟନ କରି ସୁସ୍ଥ ମଣିଷ ପାଇଁ ଯୋଗାର ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ଦଣ୍ଡପାଣି ସ୍ଵାଇଁ, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଜିଲ୍ଲା ଓକିଲ ସଂଘର ସଭାପତି ରଣଜୀତ ଦାଶ, କନ୍ସିଲିଅଟର କ୍ଷଣପ୍ରଭ କର, ସ୍ଵେଚ୍ଛାସେବୀ ଅମନ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ହି ସମ୍ପଦ ଏଥିପାଇଁ ଯୋଗର ଆବଶ୍ୟକତା ଉପରେ ବୁଝାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ ସାହୁ, ଗଦାଧର ବିଶ୍ଵାଳ , ରାଜେଶ ବାରିକ ଓ ସମସ୍ତ ଅଧିକାର ମିତ୍ର ସହଯୋଗ କରିଥିଲେ । ସର୍ବ ଶେଷରେ ଉପଦେଷ୍ଟା ସଞ୍ଜୟ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ ।






