Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା, ବିମାନ ଦୁର୍ଘଟଣାରେ ଟାର୍ଜନ ଫେମ ଅଭିନେତା ଜୋ ଲାରାଙ୍କ ସମେତ ପତ୍ନୀ ମୃତ

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା, ବିମାନ ଦୁର୍ଘଟଣାରେ ଟାର୍ଜନ ଫେମ ଅଭିନେତା ଜୋ ଲାରାଙ୍କ ସମେତ ପତ୍ନୀ ମୃତ
200
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ହଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋ ଲାରାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ଲେନରେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ସମେତ ୫ ଜଣ ଥିଲେ। ସୂଚନା ଅନୁଯାୟୀ, ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ପତ୍ନୀ ଗ୍ୱେନ୍ ଶ୍ୟାମ୍ବଲିନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଜେଟରେ ଅନ୍ୟ ୫ ଜଣ ମଧ୍ୟ ଲାରାଙ୍କ ସହ ଯାତ୍ରା କରୁଥିଲେ। ଏଥିସହିତ ଉଦ୍ଧାରକାରୀ ଦଳ ୭ ଜଣଙ୍କ ମୃତଦେହ ବାହାର କରିଛନ୍ତି। ଉଦ୍ଧାର କାର୍ୟ୍ୟ ଜାରି ରହିଛି ଏବଂ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି। ଜୋଲାରା ୧୯୮୯ ରେ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦି ଏପିକ୍ ଆଡଭେଞ୍ଚର୍ସ’ରେ ମଧ୍ୟ କାମ କରିଥିଲେ । ଏହି ସିରିଜରେ ଜୋ ଲାରାଙ୍କ ଅଭିନୟକୁ ଲୋକମାନେ ଭଲ ପାଉଥିଲେ । ଲାରା ସଙ୍ଗୀତରେ କ୍ୟାରିୟର କରିବାକୁ ଚାହୁଁଥିବାରୁ ୨୦୦୨ ମସିହାରେ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!