ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କର କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ପଠାଣୀ ସାମନ୍ତ ସଂସ୍କୃତି ଭବନଠାରେ ଜିଲ୍ଲା ଯୁବ ଉତ୍ସବ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିଲେ । ଆଜିର ଦିସରେ ଏକକ ପ୍ରତିଯୋଗୀତା, ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଇଲୋକ୍ୟୁସେନ୍, ହାରମୋନିୟମ, ତବଲା, ବଂଶୀ, ବୀଣା, ଗୀଟାର୍, ମୃଦଙ୍ଗ, ସୀତାର ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜିତ ସଭାରେ ଅନ୍ତନିର୍ହିତ ଗୁଣର ପରିପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଯୁବ ଉତ୍ସବ ଯୁବକ ଓ ଯୁବତୀମାନଙ୍କୁ ସହାୟକ ହେବ ବୋଲି ଜିଲ୍ଲାପାଳ କହିବା ସହ ଗ୍ରାମାଞ୍ଚଳରେ ଲୁକ୍କାୟିତ ଭାବେ ରହିଥିବା ପ୍ରତିଭାମାନେ ଏହି ଉତ୍ସବ ମାଧ୍ୟମରେ ଆଗକୁ ଆସି ପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସାମ୍ବାଦିକ ରାମକୃଷ୍ଣ ରଥ, ଅଧ୍ୟାପିକା ରୀନାବାଳା ଆଚାର୍ଯ୍ୟ ସଂଯୋଜନା କରିଥିଲେ ।





