ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାରେ ୧୩ ଟି ଜିଲ୍ଲା ବିଜୁ ପଟ୍ଟନାୟକଙ୍କ ଅବଦାନ ପାଇଁ ପୁର୍ନଗଠନ ହୋଇ ୩୦ ଜିଲ୍ଲା ହୋଇଥିଲା । ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ହୋଇଥିଲା । ରାଜ୍ୟର ଅନ୍ୟ କୈାଣସି ଜିଲ୍ଲାରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ହେଉନଥିବା ବେଳେ ନୟାଗଡ଼ରେ ଏହା ପରମ୍ପରା ଭାବେ ପାଳିତ ହୋଇ ଆସୁଛି । ଅନ୍ୟ ଜିଲ୍ଲାରେ ଏହା ପାଳନ ହେଉନଥିବା ଦେଖା ଯାଇଛି । ଆଜି ଅପରାହ୍ନ ୬ ଘଟିକା ସମୟରେ କରୋନା କଟକଣା ପାଇଁ ଜୁମ ଆପ ମାଧ୍ୟମରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିବେଦନ କରାଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ସମସ୍ତଙ୍କୁ ସାମିଲ ହେବାକୁ ନିବେଦନ କରିଛନ୍ତି । ଏଥିପାଇଁ ଜିଲ୍ଲାର ସମସ୍ତ ସାଂସଦ ଏବଂ ବିଧାୟକ ଆନ୍ତରିକତା ଥିବା ଇ ନିମନ୍ତ୍ରଣରୁ ବାରି ହୋଇଛି ।






