ଜିଲ୍ଲା ପରିଷଦ ଜୋନ୍ ୧୨
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ୧୨ ନମ୍ବର ଜିଲ୍ଲା ପରିଷଦ ଜୋନ୍କୁ ନେଇ ଏବେ ଚର୍ଚ୍ଚା ବେଶ୍ ଲାଗି ରହିଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଏହି ଜୋନ୍ରେ ବିଜେଡିରୁ ସୁବାଷ ଚନ୍ଦ୍ର କଅଁର, ବିଜେପିରୁ ସନ୍ତୋଷ ପ୍ରଧାନ ଏବଂ କଂଗ୍ରେସରୁ ବୃନ୍ଦାବନ ନାୟକ ପାର୍ଥୀ ହୋଇଛନ୍ତି । ଏହି ଆସନରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେପି ପ୍ରାର୍ଥୀ ସନ୍ତୋଷ ପ୍ରଧାନ ୨୦୧୭ ମସିହା ନିର୍ବାଚନରେ ୧୦୭୫୪ ଭୋଟ ପାଇଥିବା ବେଳେ ବିଜେଡି ପାର୍ଥୀ ୧୧୧୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ମାତ୍ର ୩୯୭ ଖଣ୍ଡ ଭୋଟରେ ସନ୍ତୋଷ ପରାଜୟ ସାମ୍ନା କରିଥିଲେ । ଗତଥର ଅପେକ୍ଷା ଚଳିତ ନିର୍ବାଚନରେ ବିଜେଡି ଭୋଟ ହାର ବୃଦ୍ଧି ପାଇଥିବା ଜଣାଯାଇଛି । ୨୦୧୯ ବିଧାୟକ ନିର୍ବାଚନରେ ଏହି ଜୋନ୍ ବିଜେଡି ପାର୍ଥୀ ଡ. ଅରୁଣ ସାହୁଙ୍କୁ ଅନେକ ଭୋଟ ବ୍ୟବଧାନରେ ବିଜୟୀ କରିଛି । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖିବା ସହ ଚଳିତ ପଞ୍ଚାୟତ ନିର୍ବାଚନରେ କ୍ରିଦାଶପୁର ଓ ବାଲୁଗାଁ ପଞ୍ଚାୟତରୁ ବିରୋଧି ଶୁନ୍ୟ ପରିସ୍ଥିତିକୁ ଆକଳନକୁ ନିଆଗଲେ ସନ୍ତୋଷ ଏଥର ବହୁ ଭୋଟ ବ୍ୟବଧାନରେ ପରାଜୟ ବରଣ କରିବା ସମ୍ଭାବନା ରହିଛି । ବ୍ଲକ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର ଚଳିତ ନିର୍ବାଚନରେ ବିଜେଡିରୁ ଜିଲ୍ଲା ପରିଷଦ ପାର୍ଥୀ ହୋଇଥିବା ମଧ୍ୟ ବିଜେଡି ପାଇଁ ସବୁଣ୍ଣ ସୁଯୋଗ ଆଣିବ । ସୁବାଷ ଜଣେ କଳାକାର ହୋଇଥିବା ବେଳେ ତାଙ୍କର ଲୋକସମ୍ପର୍କ ଏବଂ ମିଷ୍ଟଭାଷୀ ପଣିଆ ତାଙ୍କୁ ବିଜୟମୁଖୀ କରିବ ବୋଲି ଆଶା କରାଯାଉଛି । ସେହିଭଳି ଭାବେ ଏହି ଜୋନ୍ରୁ କଂଗ୍ରେସ ଗତ ନିର୍ବାଚନରେ ୯୩୪ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିବା ବେଳେ ଚଳିତ ଥର ପାର୍ଥୀ କିଭଳି ମଇଦାନରେ ପ୍ରଭାବ ରଖିବେ ତାକୁ ନେଇ ଆଶା ଓ ଆଶଙ୍କା ପ୍ରକାଶ ପାଇଛି ।






