ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ସେବା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି । ସେବା ସମିତି ପକ୍ଷରୁ ଚଳିତ ବର୍ଷ ୪ର୍ଥ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି । କରୋନା ମହାମାରୀ ପାଇଁ ଦୁର୍ଗମ ଅଂଚଳର ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ମାସ୍କ ବଣ୍ଟନ, ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କ୍ରମରେ ଆଜିର ଉଦ୍ଘାଟନ ଦିବସରେ ଜିଲ୍ଲାର ଅନେକ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିବା ବେଳେ ନୟାଗଡ଼ ସହର, ଲକ୍ଷ୍ମୀପ୍ରସାଦ ପଂଚାୟତ ଏବଂ ଇଟାମାଟି ଆଦି ସ୍ଥାନରେ ଶତାଧିକ ଅଭାବୀଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ କରାଯାଇଛି । ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ ପ୍ରଧାନ, କଂଗ୍ରେସ ନେତା ମନୋଜ ସାହୁ, ଲକ୍ଷ୍ମୀପ୍ରସାଦ ସରପଂଚ ସୈାମ୍ୟ ରଂଜନ ପ୍ରଧାନ, ପରମେଶ୍ୱର ସାହୁ ପ୍ରମୂଖ ସାମିଲ ହୋଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେବା ଉତ୍ସବ ୧୦ ଦିନ ଧରି ଚାଲିବ ବୋଲି ଜଣାଯାଇଛି ।





