Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
November 11, 2019
in Breaking
38
VIEWS
Share on FacebookShare on Twitter

ମୋର ପାଠପଢ଼ା ଏବେ ଆରମ୍ଭ ହୋଇଛି : ମନ୍ତ୍ରୀ

ନୟାଗଡ଼,(ବାଘୁଆବାର୍ତ୍ତା) : ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀ ତଥା ବୈଦ୍ଧିକ ଏବଂ ସହ ଶୈକ୍ଷିକ ଜ୍ଞାନର ବିକାଶ ପାଇଁ ଉଦ୍ଦିଷ୍ଟ ଶିଶୁ ମହୋତ୍ସବ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଗ୍ରାମାଞ୍ଚଳ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ମତବ୍ୟକ୍ତ କରିବାସହ ପିଲାମାନଙ୍କୁ ତାଙ୍କ ନିଜସ୍ୱ ଶୈଳୀରେ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ସୁଯୋଗ ଦେବା ଆବାଶ୍ୟକ ବୋଲି ଅଭିଭାଷଣରେ ମତ ପ୍ରକାଶ କରିଥିଲେ । ମୋର ପାଠପଢ଼ା ଏବେ ଆରମ୍ଭ ହୋଇଛି, ଏମଏ, ପିଏଚଡି ଓ ଆଇନ ବିଭାଗରେ ପାଠପଢ଼ି ଦେଲେ ମୋର ଶିକ୍ଷା ସରି ନାହଁ । ଏହାମାତ୍ର ଡିଗ୍ରୀ କିନ୍ତୁ ପ୍ରକୃତ ପାଠପଢ଼ା ଏବେ ଆରମ୍ଭ ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ । ଛାତ୍ର, ଶିକ୍ଷକ ଅଭିଭାବକ ସମ୍ମନ୍ନିତ ଭାବେ କାମ ନକରିଲେ, ଶିକ୍ଷାର ମାନ ବୃଦ୍ଧି ପାଇବ ନାହିଁ । ଛୋଟ ଛୁଆଙ୍କୁ ପାଠ ଲଦି ଦିଆଯିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଥିଲେ । ସେହିପରି ପ୍ରତ୍ୟେକ ପିଲାପାଖରେ କିଛି ନା କିଛି ପ୍ରତିଭା ରହିଥାଏ ଏବଂ ଉପଯୁକ୍ତ ସୁଯୋଗ ପାଇଲେ ତାହାର ପରିପ୍ରକାଶ ହୋଇଥାଏ ବୋଲି ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଡା.ପୋମା ଟୁଡୁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ୱେତ ମହାପାତ୍ର ଯୋଗଦାନ କରି ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ପିଲାମାନଙ୍କୁ ଚକ୍ଷୁ ପରୀକ୍ଷା କରି ମାଗଣାରେ ଚଷମା ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଶିବଶଙ୍କର ପ୍ରଧାନଙ୍କ ପୌରହିତ୍ୟ କରିଥିଲେ । ଶିକ୍ଷକ ଶେଖ ଅବଦୁଲ ଖାଲିକ ଏବଂ ବଟକିଶୋର ମହାପାତ୍ରଙ୍କ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପ୍ରଦୀପ କୁମାର ସାହୁଙ୍କ ମଞ୍ଚପରିଚାଳନା କରିଥିଲେ । ଏହି ଜିଳ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଜିଳ୍ଲାର ସମସ୍ତ ୮ଟି ବ୍ଲକରୁ ମନୋନୀତ ହୋଇ ଆସିଥିବା ଉଭୟ କନିଷ୍ଠ ଏବଂ ବରିଷ୍ଠ ବିଭାଗର ପ୍ରତିଯୋଗୀମାନେ ଡିବେଟ, ଏଲୋକେସନ, ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ, କଣ୍ଠସଙ୍ଗୀତ, ସୃଜନଶୀଳ ଲିଖନ, ଭିନ୍ନକ୍ଷମ ପ୍ରତିଯୋଗୀତା, ମଧ୍ୟାହ୍ନ ଭୋଜନ ପ୍ରତିଯୋଗିତା ତଥା ସାଂସ୍କୃତିକ ପ୍ରତିଯୋଗିତା ଆଦିରେ ଭାଗନେଇ ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା୧୨ ତାରିଖରୁ ରାଜ୍ୟସ୍ତର ସୁରଭିରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଶିକ୍ଷକ ଲକ୍ଷ୍ମୀଧର ସାହୁ, ଉମେଶ ସ୍ୱାଇଁ, ଅଶୋକ ମଲ୍ଲ, ରଂଜନ ଦାଶ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!