ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲଠାରେ ଜିଲ୍ଲାସ୍ତରୀୟ ଶାରିରୀକ ଅକ୍ଷମ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ଜିଲ୍ଲାର ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରଥମରୁ +୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






