ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଇଁ କୁସମୀ ପ୍ରକଳ୍ପ ଶିଳାନ୍ୟାସ ଏକ ଖୁସି ଖବର ବୋଲି ଆୟୋଜିତ ସଭାରେ ଜିଲ୍ଲାପାଳ ଡ. ପୋମା ଟୁଡୁ ପ୍ରକାଶ କରିବା ସହିତ ଚାଷ ଓ ଚାଷୀର ବିକାଶ ହେଲେ ଅନ୍ୟାନ ଆନୁସଂଗୀକ କାର୍ଯ୍ୟର ବିକାଶ ମଧ୍ୟ ହୋଇପାରିବ ବୋଲି କହିଥିଲେ । ଏତଦ୍ବ୍ୟତିତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଏହି ବ୍ୟାରେଜ ନିର୍ମାଣ ଦ୍ୱାରା ଏହି ଅଂଚଳର ସାମଗ୍ରିକ ବିକାଶ ହେବା ସହିତ କୃଷକ ମାନଙ୍କ ଆୟ ବୃଦ୍ଧି ଘଟିବ ଏବଂ ଅନେକ ପରିବାର ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ ।





