ନୟାଗଡ଼, (ବାଘୁଆବାର୍ତ୍ତା)୍ : ନୟାଗଡ଼ ଜିଲ୍ଲାରେ ପିଆଜ ଦର ଶହେ ଛୁଇଁ ଥିବା ବେଳେ ଆଜି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସହରରେ ଥିବା କଣ୍ଟ୍ରୋଲ ଦୋକାନରେ ପିଆଜ ବିକ୍ରି ଆରମ୍ଭ କରାଯାଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ରହିଥିବା କେଣ୍ଟ୍ରାଲ ସାମଗ୍ରୀ ଦୋକାନରେ ଆଜି ସକାଳୁ ପିଆଜ କିଲୋ ୫୫ ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି । ଜଣଙ୍କ ପିଛା ଏକ କିଲୋ ପିଆଜ କିଣି ପାରିବେ ବୋଲି ନିୟମ ରହିଛି । ଅନ୍ୟପକ୍ଷେ ପିଆଜ ବ୍ୟତିତ ଅନ୍ୟ ପରିବା ଦର ଆକଶ ଛୁଆଁ ରହିଥିବା ଜଣାପଡ଼ିଛି ।





