ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଡ. ନାଏକ ବୈଠକରେ ଉପସତ୍ଥି ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣରାଇ ୨୦୧୮ ପାଇଁ ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସମସ୍ତ ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ପଦସ୍ଥ ଅଧିକାରୀ, ଏନ୍ଏସି ନିର୍ବାହୀ ଅଧିକାରୀ ଓ ଲାଇନ୍ ବିଭାଗର ପଦାଧିକାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ନିକ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜ କର୍ମଚାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନି
ଜ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍କୁ ପରିଚାଳନା କରିବା ସହିତ ମୋବାଇଲ୍ଗୁଡିକୁ ସର୍ବଦା ସକ୍ରିୟ ରଖିବା ପାଇଁ କହିଥିଲେ । ବ୍ଲକ୍ସ୍ତରରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ବୈଠକ ଡକାଇ ବିଭାଗୀୟ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜନପ୍ରତିନିଧି ଆଦିଙ୍କୁ ଡକାଇ ପ୍ରସ୍ତୁତି ବୈଠକରେ ଆଲୋଚନା କରି ସମ୍ଭାବ୍ୟ ପ୍ରା କତୃ କି ବପି ର୍ଯ୍ୟୟ ପ୍ରବଶନ ପାଇଁ ସଜାଗ ରହିବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ କହିଥିଲେ ଏବଂ ୭ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଖରା ସମୟରେ ପାନୀୟ ଜଳ ଯୋଗାଣ ପାଇଁ କୁଅ, ନଳକୁଅଗୁଡିକୁ ମରାମତି କରି ପରିଷ୍କାର ରଖିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ବିଡିଓମାନେ ନିଜ ନିଜ ବ୍ଳକ୍ରେ ଥିବା ନଳକୁଅଗୁଡିକ ମରାମତି କରି ତାହାର ଉପଯୁକ୍ତ ବ୍ୟବହାର କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଆବଶ୍ୟକ ଔଷଧ, ଓଆର୍ଏସ୍ ପାଉଡର ଏବଂ ହାଲୋଜେନ୍ ବଟିକା ଆଦି ମହଜୁର ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ସେହିପରି ସମସ୍ତ ସ୍କୁଲଗୁଡିକ ସକାଳ ୬.୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଶୁଖାଦ୍ୟ ମହଜୁଦ ରଖିବା ପାଇଁ ମଧ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ସିଡିପିଓମାନେ ପଞ୍ଚାୟତ ଓ ଗ୍ରାମମାନଙ୍କରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଶିଶୁଙ୍କୁ ସକାଳୁ ପାଠ ପଢାଇ ୯ଟାରେ ଛାଡିଦେବା ପାଇଁ କହିଥିଲେ । ବନଖଣ୍ଡ ଅଧିକାରୀ ଜଙ୍ଗଲ ଗୁଡିକୁ ଅଗ୍ନି ଦାଉରୁ ସୁରକ୍ଷା ପାଇଁ ଏବଂ ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବାରେ ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବିଦ୍ୟୁତ୍ ବିଭାଗ ଲାଇନ୍ ନ କାଟିବା ପାଇଁ ଏବଂ ଅଗ୍ନିଶମ ବିଭାଗ ସର୍ବଦା ସତର୍କ ରହିବା ପାଇଁ କହିଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ଆଶିଷ କୁମାର ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରଥ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ବିଭାଗର ଯନ୍ତ୍ରୀ, ସିଡିପିଓ ଓ ସ୍ୱେଚ୍ଛାସେବୀ କର୍ମକର୍ତ୍ତା ଯୋଗଦାନ କରିଥିଲେ ।





