ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡ଼ିପଡ଼ା ଜୋନ୍ ଡିମିସର ମେଡିକାଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୭ତାରିଖ ଦିନ ଅନୁଷ୍ଠିତ ହେବ । ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମକୁ ତ୍ୱରାନୀତ କରିବା ପାଇଁ ବିଜୁ ଯୁବ ଜନତା ଦଳ ଗୋଡ଼ିପଡ଼ା ଜୋନ୍ ସ୍ତରୀୟ ରକ୍ତଦାନ ଶିବିର ହେବ । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଶିଖରପୁର, କଜଳାଇପଲ୍ଲୀ, ଗୋଲଗାଁ, ପଞ୍ଚୁମ୍, ଭାଲିଆଡିହି, ଆଙ୍ଗିସିଙ୍ଗି, ବଡ଼ଗୋରଡା, ଡିମିସର, ଗୋଡ଼ିପଡ଼ା, ବରସାହି ଓ ହରିଡ଼ାବନ୍ଧ ପଞ୍ଚାୟତର ଯୁବ ବିଜେଡ଼ିର ଯୁବକମାନେ ସାମିଲ୍ ହେବେ । ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ଘୋର ସଙ୍କଟ ଦେଖାଦେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ଏଥିରେ ବହୁ ସଂଖ୍ୟାରେ ସାମିଲ୍ ହେବା ପାଇଁ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ନିବେଦନ କରିଛନ୍ତି । ଜିଲ୍ଲା ଯୁବ ବିଜେଡ଼ି ସଭାପତି ରମେଶ କୁମାର ସାହୁ, ଗୋଡ଼ିପଡ଼ା ଜୋନ୍ ସଭାପତି ଜ୍ଞାନ ରଂଜନ ମୁଦୁଲି ଓ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଗ୍ୁରୁପ୍ରସାଦ ଜେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି ।






