ନୟାଗଡ଼, (ବାଘୁଆବାର୍ତ୍ତା) : ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହେଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଆଜି ସାରା ରାଜ୍ୟରେ ଦଳ ପକ୍ଷରୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କୁ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଥିବା ଦଳ ସୁତ୍ରରୁ ଜଣାଯାଇଛି । ଜିଲ୍ଲାରେ କୈାଣସି ବି ପରିସ୍ଥିତିରେ ରକ୍ତର ଅଭାବ ସୃଷ୍ଟି ହେବ ନାହିଁ, ସେ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଶ୍ରୀଯୁକ୍ତ ଜେନା ସୂଚନା ଦେଇଛନ୍ତି ।






