ଜାତୀୟ ଏବଂ ଅନ୍ତର୍ଯ୍ୟାତୀୟ ସ୍ତରରେ ସଫଳତା ପାଇଁ ରାଜ୍ୟର ଯୁବ ପ୍ରତିଭାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଲାଗି ଏକ ଲବ୍ୟ ପୁରସ୍କାର ପ୍ରଦାନ କରାଯାଉ ଅଛି । ନୟାଗଡ଼ ମାଟିର ଝିଅ ଉଦୀୟମାନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଏକଲବ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କୁ ଅନୁଷ୍ଠାନ ପକ୍ଷରୁ ପାଂଚ ଲକ୍ଷଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ । ୧୯୯୩ ମସିହାରୁ ଏହି ପୁରସ୍କାରା ପ୍ରଦାନ କରାଯାଉ ଅଛି । ୨୦୧୭ ଏପ୍ରିିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଝିଲ୍ଲୀ ଅନ୍ତର୍ଯ୍ୟାତୀୟ ସ୍ତରରେ ଦୁଇଟି ସ୍ୱର୍ଣ୍ଣ, ତିନି ରୋପ୍ୟ ଏବଂ ଏକ କାଂଶ୍ୟ ପଦକ ହାସଲ କରିଥିଲେ । ଆଜି ନେପାଳର କାଠମାଣ୍ଡୁରେ ସ୍ଵର୍ଣ ପଦକ ପାଇଲେ ଝିଲ୍ଲୀ ଦଳବେହେରା ।