ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଆ ତଥା ନୟାଗଡ଼ ମାଟିର ଝିଅ ଝିଲି ଦଳବେହେରା ପାଇଲେ ସ୍ୱର୍ଣ୍ଣ ପଦକ। ଝିଲି ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରିଛନ୍ତି। ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ। ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝିଲ୍ଲୀଙ୍କ ଏହି ସଫଳତାକୁ ନେଇ ପ୍ରଶଂସା କରିଛନ୍ତି ।





