Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ ବୁଲିଯିବା, ଝରଦେଇ ପୀଠ

by ସଞ୍ଜୟ ସ୍ୱାଇଁ
June 19, 2021
in Feature News
ଆସ ବୁଲିଯିବା, ଝରଦେଇ ପୀଠ
881
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ନୟାଗଡ ବ୍ଲକ ଇକିରି ପଞ୍ଚାୟତ ଅନ୍ତର୍ଗତ ଝରଦେଇ ପୀଠ ଅନ୍ୟତମ । ଏଠାକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକଜ ଭୁବନେଶ୍ୱରରୁ ବସ ଯୋଗେ ୮୦ କିଲୋମିଟର ନୟାଗଡ଼ ଆସିବାକୁ ହେବ । ନୟାଗଡ଼ ଜିଲ୍ଲା ସଦରମହକୁମା ଠାରୁ ୧୪ କି.ମି ଦୂର ଖଇରପଟି ଗ୍ରାମକୁ ଯିବା ପରେ ଜଙ୍ଗଲ ଓ ପାହାଡ଼ କୋଳରେ ଏହି ପୀଠ ଅବସ୍ଥିତ । ମା’ ଝରଦେଇଙ୍କ ଦୈାନନ୍ଦିନ ନିତି କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ସକାଳ ୮ ଘଣ୍ଟାରେ ବହ୍ଲଭ ଭୋଗ କରାଯାଏ । ଦିନ ୧୦ ଘଣ୍ଟାରେ ଠାକୁରଙ୍କ ଶଙ୍ଖୁଡ଼ି ଭୋଗ କରାଯାଇ ଦିନ ୧୨ ଟାରେ ମନ୍ଦିର ବନ୍ଦ ରହେ । ସେହିପରି ସଂଧ୍ୟା ୫ ଘଣ୍ଟା ସମୟରେ ମନ୍ଦିର ଖୋଲେ ଓ ଠାକୁରଙ୍କର ସଂଧ୍ୟା ଆଳତୀ ଓ ଭୋଗ କରାଯାଏ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଯଦି ଏହି ପୀଠ ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହି ପୀଠ ପର୍ଯ୍ୟଟକଙ୍କ ଗହଣରେ ଆହୁରି ଆକୃଷ୍ଟ ହୋଇ ପାରନ୍ତା । ଏହି ସ୍ଥାନ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିଲେ ମଧ୍ୟ ଜିଲ୍ଲାରେ ଏହା ବଣଭୋଜି ନିମନ୍ତେ ସ୍ୱନ୍ତ୍ରତ ଅଟେ । ନୟାଗଡ଼ ଜିଲ୍ଲାର ପ୍ରକୃତିଦତ୍ତ ସ୍ଥିତି ଅତିବ ସୁନ୍ଦର ଓ ବିଭବମୟ । ନୟାଗଡ଼ ଜିଲାର ଭୌଗଳିକ ସରହଦ ପୂର୍ବ ଦ୍ରାଘିମାର ୮୪ଂ୨୦’ ଓ ୮୫ଂ୧୯’ ମଧ୍ୟରେ ଓ ଉତ୍ତର ଅକ୍ଷାଶଂର ୧୯ଂ୫୪’ ଏବଂ ୨୦ଂ୨୮’ ମଧ୍ୟରେ ଅବସ୍ଥିତ ଯାହା ମଧ୍ୟରେ ଦେଖାଯାଏ ନୟାଗଡ଼ ଜିଲ୍ଲାର ସବୁଜିମା ବନାଞ୍ଚଳ । ଜିଲ୍ଲା ମୁଖ୍ୟତଃ ପାହାଡ଼ିଆ ପରିବେଶ ମଧ୍ୟରେ ବହୁ ବନ ସଂପଦ ସହ ବନ୍ୟଜନ୍ତୁ ସଂପଦରେ ପରିପୁର୍ଣ୍ଣ ଅଟେ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣି ଝରଦେଇ ପୀଠର ସ୍ଥାନର ଶାନ୍ତ ପରିବେଶ ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଜଙ୍ଗଲ ପାହାଡ ଘେରା ଏହି ପୀଠ ନିକଟରେ କୁଳୁକୁଳୁ ନାଦ କରି ବହିଯାଇଛି ଏକ ଝରଣା । ଏହାକୁ ଘେରି ରହିଥିବା ବହୁ ଜାତିର ବୃକ୍ଷଲତାକୁ ଭେଦ କରି ସୂର୍ଯ୍ୟଙ୍କର କିରଣ ମୃତିକା ଛୁଇଁବାକୁ ଦିନ ଦିଘଡି ଲାଗେ । ଫଳରେ ଏଠାରେ ପରିବେଶ ଅତ୍ୟନ୍ତ ଥଣ୍ଡା ଅଟେ । ଏହାର ଆଖ ପାଖ ଜଙ୍ଗଲ ବନ୍ୟଜନ୍ତୁ ଆଶ୍ରୟ ସ୍ଥଳି । ବଣଭୋଜି ନିମନ୍ତେ ଏହିସ୍ଥାନର ସ୍ୱତ୍ରନ୍ତ୍ରତା ରହିଥିବାରୁ ବର୍ଷସାରା ବିଶେଷ କରି ନବବର୍ଷ ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ନଭେମ୍ବରଠାରୁ ଫେବୃୟାରୀ ମାସ ପଯ୍ୟନ୍ତ ଏଠାରେ ଭିଡ଼ ଲାଗି ରହିଥାଏ । ବିଶେଷ କରି ନବ ବର୍ଷର ପୂର୍ବ ଓ ପର ସପ୍ତାହରେ ଏଠାରେ ପ୍ରତିଦିନ ୨ ହଜାରରୁ ୩ ହଜାର ପର୍ଯ୍ୟଟକ ସମାଗମ ହୋଇଥାଏ ।

ବଣଭୋଜି ନିମନ୍ତେ ମଠ ଦାୟିତ୍ୱରେ ଥିବା ବାବା ମଠରୁ ସମସ୍ତ ଆସବାବ ତଥା ହାଣ୍ଡି,ଡେକଚି,କଡେଇ ଯୋଗାଇ ଦେଇଥାନ୍ତି । ଏଠାରେ ପାନ୍ଥନିବାସ, ଚାନ୍ଦୀନି, ରୋଷଘର ଏବଂ ପର୍ଯ୍ୟଟକ ଗାଧୋଇବା ନିମନ୍ତେ ଏକ ବାମ୍ଫି ନିର୍ମାଣ କରାଯାଇଛି । ମାଙ୍କ ପୀଠର ଦକ୍ଷିଣରେ ରାମ, ଲକ୍ଷଣ, ସୀତା ଓ ମହାବୀରଙ୍କ ମନ୍ଦିର ଅବସ୍ଥିତ । ଜନଶ୍ରୃତିରୁ ଜଣାଯାଏ ମା ଙ୍କ ପୀଠ ପାହଡ଼ ପାଦଦେଶରେ ଝରଣା କୁଳରେ ଅବସ୍ଥାପିତ ହୋଇଥିବାରୁ ମାଙ୍କ ନାମ ଝରଦେଇ ହୋଇଅଛି । ପୂର୍ବେ ଏକ ଗୋଡି ଖୋଲ ମଧ୍ୟରେ ମାଙ୍କ ଆସ୍ଥାନ ଥିଲା ଏହି ଗ୍ରାମର କୃର୍ଷ୍ଣମୋହନ ପାତ୍ର (ସନାତନ ବାବା)ଏହି ପୀଠର ପୁର୍ନରୁର୍ଦ୍ଧାର କରିଥିବା ଜଣାଯାଏ । ମା ଝରଦେଇ ଙ୍କ ଅପାର କରୁଣାରୁ ଏଠାରେ ବହୁ ଆଚମ୍ବିତ ଘଟଣା ଘଟିଥିବା ଜଣାଯାଇଥିବା ଗ୍ରାମବାସୀଙ୍କ ଠାରୁ ଜଣା ପଡିଛି । ଥରେ ଏକ କାଠୁରିଆ ମନ୍ଦିର ପାର୍ଶ୍ୱରୁ ଗଛ କାଟୁଥିବା ବେଳେ ମା ସେହି କାଠୁରିଆକୁ ଭାଲୁ ଋପରେ ଭୟବିତ କରାଇ ତାକୁ ଏଥିରୁ ନିବୃତ କରିଥିବା ଜନଶୃତିରୁ ଜଣାଯାଏ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!