Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜବତ ହେଲା କୋଟି କୋଟି ଟଙ୍କାର ସୁନା, କେହି ନାହାନ୍ତି ଦାବିଦାର

by ସଞ୍ଜୟ ସ୍ୱାଇଁ
June 12, 2021
in Crime, NATIONAL NEWS
ଜବତ ହେଲା କୋଟି କୋଟି ଟଙ୍କାର ସୁନା, କେହି ନାହାନ୍ତି ଦାବିଦାର
336
VIEWS
Share on FacebookShare on Twitter

ନୋଏଡା, (ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶର ନୋଏଡ଼ାରେ ପୋଲିସ ଏକ ଦଶ ମାସ ପୁରୁଣା ଚୋରିର ଖୁଲାସା କରିଛି । ସହର ପାଖରେ ଥିବା ଏକ ସୋସାଇଟିରୁ ଚୋରମାନେ ହଜାର ବା ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କାର ସୁନା ଏବଂ ବିଭିନ୍ନ ଦସ୍ତାବିଜ ଚୋରି କରିନେଇଥିଲେ । କୁହାଯାଉଛି ଯେ ଚୋର ମାନେ ଯେଉଁ ଧନ ସବୁ ଚୋରାଇ ଥିଲେ ସେଗୁଡିକ ସବୁ କଳାଧନ । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି କି ଏତେ ଟଙ୍କାର ସୁନା ଚୋରି ହେଲା ପରେ ବି ଥାନାରେ କେହି ମାମଲା ଦାଏର କରିନଥିଲେ । ବର୍ତ୍ତମାନ ନୋଏଡ଼ା ପୋଲିସ ବହୁତ କଷ୍ଟରେ ଯେତେବେଳେ ଏହି କୋଟି କୋଟି ଟଙ୍କାର ଚୋରି ମାଲକୁ ଧରିଛି ସେତେବେଳେ ମଧ୍ୟ ଏହାକୁ ଦାବି କରିବାକୁ କେହି ଆସୁନାହାନ୍ତି । ପୋଲିସ ଏହି ମାମଲାର ସୂଚନା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟାକର ବିଭାଗକୁ ଦେଇଛି । ଏହି ମାମଲା ସେପ୍ଟେମ୍ବର ୨୦୨୦ରେ ହୋଇଥିଲା । ଏହା ଗ୍ରେଟର ନୋଇଡ଼ାର ସୁରଜପୁରର ସିଲଭର ସିଟି ସୋସାଇଟି, ଡେଲଟା ୧ ଫ୍ଲାଟରୁ ଦଶ ଜଣ ଚୋର ମିଶି ଯୋଜନା କରି ଚୋରି କରିଥିଲେ । ଏହା ସେହି ଅଞ୍ଚଳର ଏକ ବଡ଼ ଚୋରି । କାରଣ ଏଥିରେ ଚୋରମାନେ କୋଟି କୋଟି ଟଙ୍କାର ସୁନା, ସୁନା ବିସ୍କୁଟ, ୨ ପ୍ରପାର୍ଟିର ଦସ୍ତାବିଜ ଚୋରି କରି ନେଇଥିଲେ । କେହି ଏଫଆଇଆର ଦାଏର ନକରିଥିବା କାରଣରୁ ପୋଲିସ ମଧ୍ୟ କୌଣସି କେସ ରୁଜୁ କରିନଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!