ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଜେମାଦେଇପୁର ଶାସନ ଗ୍ରାମରେ ୪୪ ତମ ଗ୍ରାମ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଗ୍ରାମ୍ୟ ଜୟନ୍ତି ଉତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଁର ଜନ୍ମଦିନ ପାଳନ କରିବା ନିଆରା ପରମ୍ପରା ବୋଲି ମତ ବ୍ୟକ୍ତ କରିଥିଲେ । ଗାଁ ମାଟି ପ୍ରତି ଶ୍ରଦ୍ଧା ଦ୍ୱାରା ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଥିବା ଏବଂ ଏହା ଦ୍ୱାରା ଭାଇଚାରା ବୃଦ୍ଧି ପାଉଥିବା ନେଇ ମତବ୍ୟକ୍ତ କରିଥିଲେ । ନିଜକୁ ଦେଶର ଦାଶ ବୋଲି ଭାବିଲେ ପରିବର୍ତ୍ତନ ଘଟିବ ବୋଲି ଡ. ସାହୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, କ୍ରିଦାଶପୁର ସରପଞ୍ଚ ସଂଯୁକ୍ତା ବିଶ୍ୱାଳ, ସମିତି ସଭ୍ୟ ବାସନ୍ତି ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟ ରାଜକିଶୋର ଦଳବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗ୍ରାମରେ ପ୍ରଭାତ ଫେରି ଓ ଜନଜାଗରଣ ଯାତ୍ରା କରାଯାଇଥିଲା । ଗାଁର ମୁଖିଆ ମାନଙ୍କ ଦ୍ୱାରା ହୋମ ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






