ଭୁବନେଶ୍ୱର (ବାଘୁଆବାର୍ତ୍ତା): ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । କିଛି ମଜାର ଖୁରାକ ଯୋଗାଇଥାଏ ତ ଆଉ କିଛି ଦର୍ଶକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଥାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ନିଜ ହସ ରୋକିପାରିବେନି । ମିଜୋରାମର ଜଣେ ଦମ୍ପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକି ସାମାଜିକ ଦୂରତାର ଏକ ସୁନ୍ଦର ଉଦାହରଣ ପାଲଟିଛି । କରୋନା ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଉପରେ ବହୁତ ଗୁରୁତ୍ୱ ଦିଆଯାଉଛି । ଏଭଳି ସ୍ଥିତିରେ କୋଭିଡ୍ ସେଣ୍ଟର ଯିବା ସମୟରେ ମିଜୋରାମର ଏକ ଦମ୍ପତି ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି ତାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ଏହି ଭିଡିଓରେ ଏକ ଦମ୍ପତି ଜିପରେ କ୍ୱାରଣ୍ଟାଇନ୍ ସେଣ୍ଟର ଯାଉଥିବା ଦେଖିବାକୁ ମିଳିଛି । ଜିପରେ ଏକ ଟ୍ରେଲର ଲାଗିଛି । ଯାହା ଫଳରେ ସାମାଜିକ ଦୂରତା ବଜାର ରଖିହେବ । ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ ଟ୍ରେଲର ଉପରେ ଚଢି ଏକ ଚୌକି ପକାଇ ବସୁଛନ୍ତି । ଏବଂ ତାଙ୍କ ସ୍ୱାମୀ ଗାଡି ଚଲାଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କୁ ଏହା ବେଶ୍ ଆକର୍ଷକ ଲାଗୁଛି ଏବଂ ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି । ଏମିତି ଏକ ସଚେତନତା ବାର୍ତ୍ତାକୁ ସମସ୍ତେ ଲାଇକ୍ କରିବା ସହ ସେୟାର ମଧ୍ୟ କରୁଛନ୍ତି ।






