Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିମ୍‌ ପ୍ରଶିକ୍ଷକଙ୍କୁ ହତ୍ୟା ଉଦ୍ୟମ, ସନ୍ଦେହରେ ୭ ଅଟକ

by ସଞ୍ଜୟ ସ୍ୱାଇଁ
February 16, 2025
in Crime, State
ଜିମ୍‌ ପ୍ରଶିକ୍ଷକଙ୍କୁ ହତ୍ୟା ଉଦ୍ୟମ, ସନ୍ଦେହରେ ୭ ଅଟକ
31
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ‘ସି’ ସେକ୍ଟର ଅଞ୍ଚଳରେ ଜିମ୍‌ ପ୍ରଶିକ୍ଷକ ଶ୍ୟାମଲ ସରକାରଙ୍କ ଉପରେ ଶୁକ୍ରବାର ହୋଇଥିଲା ଆକ୍ରମଣ । ତାଙ୍କୁ ଜୀବନରୁ ମାରି ଦେବା ଲାଗି କେତେକ ଯୁବକ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଶ୍ୟାମଲଙ୍କ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍‌ ଘଟଣା ସ୍ଥଳରେ ଗୋଟିଏ ଖୋକା ଜବତ କରିଛି । ୭ ଜଣ ଯୁବକଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ଚଳାଇଛି ପଚରାଉଚରା । ବନ୍ଧମୁଣ୍ଡା ‘ଡି’ ସେକ୍ଟରରେ ରହୁଥିବା ଶ୍ୟାମଲ ‘ସି’ ସେକ୍ଟର ଠାରେ ଥିବା ଜିମ୍‌ରେ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ରାତି ପ୍ରାୟ ୭ଟା ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ ୧୦ରୁ ଊଦ୍ଧ୍ୱର୍ ଯୁବକ ହଠାତ ସେଠାରେ ପହଞ୍ଚି ଶ୍ୟାମଲଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ହେଲେ ଗୁଳିଟି ଲକ୍ଷ୍ୟଚ୍ୟୁତ ହୋଇଥିଲା । ଏହା ପରେ ସମ୍ପୃକ୍ତ ଯୁବକମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ । ଶନିବାର ପୁଲିସ୍‌ର ଏକ ଟିମ୍‌ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ କରିବା ସହ ଏକ ଖୋକା ପାଇଥିଲା । ପୁଲିସ୍‌ ସନ୍ଦେହରେ ୭ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ କଣ ପାଇଁ ଶ୍ୟାମଲଙ୍କୁ ଆକ୍ରମଣ କରାଗଲା, ଆକ୍ରମଣକାରୀମାନେ କିଏ ଓ ସେମାନେ ବନ୍ଧୁକ କେଉଁଠୁ ଆଣିଥିଲେ ତାର ଟିକିନିକି ତଦନ୍ତ ଚଳାଇଛି ପୁଲିସ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!