ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ରଣପୁର ତହସିଲ ଓ ଚାନ୍ଦପୁର ପୁଲିସର ମିଳିତ ଉଦ୍ୟମରେ ବେଆଇନ ଭାବେ ଖଣି ମାଫିଆ ମାନେ ନିର୍ମାଣ କରିଥିବା ଗୃହକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି । ରଣପୁର ତହସିଲ ମୟୁରଝାଲିଆ ଗ୍ରାମର ପ୍ଲଟ ନଂ – ୧୬୮୯ ଓ ଖାତା ନଂ – ୪୯୫ ଥିବା ବେଆଇନ ଗୃହକୁ ଧୁଳିସାତ କରାଯାଇଛି । ଉକ୍ତ ପ୍ଲଟ ନଂ ରେ ବେଆଇନ ଖଣି ବନ୍ଦ ରହିଥିବାବେଳେ ସେଠାରେ ଥିବା ଗୃହରେ ମାଫିଆ ମାନେ ଏକଜୁଟ ହୋଇ ଭୋଜିଭାତ କରନ୍ତି । ଆଜି ରଣପୁର ତହସିଲଦାର ଇପସିତ କୁମାର ସାହୁ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ରାଜସ୍ୱ ସୁପରଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ କୁମାର ବେହେରା, ଚାନ୍ଦପୁର ଆଇଆଇସି ମୁକେଶ କୁମାର ବେହେରା ଓ ତହସିଲ କର୍ମଚାରୀ ମାନେ ମିଳିତ ହୋଇ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରଶାସନର କଡା ନିର୍ଦ୍ଦେଶ ଲାଗି ରଣପୁରରେ ଖଣି ମାଫିଆ ମାନଙ୍କର ନିଦ ହଜିଗଲାଣି ।





