Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ନେତା ଜୟରାମ ପାଙ୍ଗୀ: ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ

by ସଞ୍ଜୟ ସ୍ୱାଇଁ
October 11, 2021
in Politics, State
ବିଜେପି ନେତା ଜୟରାମ ପାଙ୍ଗୀ: ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ
44
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କିଛିଦିନ ତଳେ ଯାହା କହିଲେ ସେଥିରେ ୟୁଟର୍ଣ୍ଣ ମାରିଛନ୍ତି କୋରାପୁଟର ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ । ଗଣମାଧ୍ୟମକୁ ଦଳ ଛାଡିବାକୁ କହି ଏବେ ମନା କରିଛନ୍ତି ଏହି ନେତା। ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ। କିନ୍ତୁ କୌଣସି ପଦପଦବୀରେ ରହିବେ ନାହିଁ। ଦଳର କେବଳ ଜଣେ ସାଧାରଣ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି ଜୟରାମ। କୋରାପୁଟ ବିଜେପିରେ କେଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଦଳ ଛାଡିବେ ବୋଲି ଯେଉଁ ଆଲୋଚନା ହେଉଥିଲା ସେଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ୨୦୧୭ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବାବେଳେ ଚଳିତ ମାସ ୫ ତାରିଖରେ ଦଳ ଛାଡି ଦଣ୍ଡକାରଣ୍ୟ ରାଜ୍ୟ ଓ କେନ୍ଦ୍ରାଶାସିତ ଅଞ୍ଚଳ ଦାବିକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି । ଚଳିତମାସ ୧୦ ତାରିଖ ପୂର୍ବରୁ ସେ ଦଳ ଛାଡି ଦଣ୍ଡକାରଣ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପାଇଁ ମଙ୍ଗ ଧରିବେ ବୋଲି ସାମ୍ବାଦିକକୁ କହିଥିଲେ । ୪ ତାରିଖରେ ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ଏକ ସଂଗଠନ ଗଢା ଯାଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା, ବିଜୟନଗରମ ଓ ପାର୍ବତିପୂରମ ଜିଲ୍ଲାର କିଛି ଅଂଶକୁ ସେ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ସଂଗଠନ ଶାଣିତ କରାଯିବ ବୋଲି ସେ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!