Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଟଣୀରେ ବୁଲିଲା ଖଣ୍ଡା

by ସଞ୍ଜୟ ସ୍ୱାଇଁ
April 4, 2025
in Crime, State
ଜଟଣୀରେ ବୁଲିଲା ଖଣ୍ଡା
77
VIEWS
Share on FacebookShare on Twitter

ଜଟଣୀ, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ର କରି ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ବୋମା ଫୁଟିବା ସହ ଖଣ୍ଡା ବୁଲିଛି। ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଯୁବକ ହେଲେ, ବେଣାପଞ୍ଜରୀ ମୁସଲିମ୍ ସାହିର ମହମ୍ମଦ ଅଖତର୍। ତାଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ସୂଚନାନୁଯାୟୀ, ଗତକାଲି ମହମ୍ମଦ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ସହ ଝଗଡ଼ା କରିବା ସହ ଦାଦାବଟି ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇ ପଳାଇଥିଲେ। ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସନ୍ଧ୍ୟାରେ ଗାଁର କିଛି ଲୋକ ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ସେ ଥାନାକୁ ଯାଇନଥିଲେ। ତେବେ ସନ୍ଧ୍ୟାରେ ମହମ୍ମଦ ବଡ଼ି ମସଜିଦ୍ ନିକଟରେ ବସିଥିବା ବେଳେ ପୁଣିଥରେ ଦୁର୍ବୁତ୍ତମାନେ ଗାଁ ଭିତରେ ପଶି ବୋମା ଫିଙ୍ଗିବା ସହ ତାଙ୍କୁ ଖଣ୍ଡାରେ ଗୋ‌ଡ଼େଇ ଗୋ‌ଡ଼େଇ ହାଣିଥିଲେ। ପରିବାରଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତାଙ୍କ ମୁଣ୍ଡ, ହାତ, ପିଠିରେ ଗଭୀର ଆଘାତ ଲାଗିଛି। ଖବର ପାଇ ପୁଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବାବେଳେ ଦୁର୍ବୃତ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!