ଦଶପଲ୍ଲା, (ବାଘୁଆବାର୍ତ୍ତା): ଆଜି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ, ସଲଗ୍ନ ଗ୍ରାମ ମାନଙ୍କରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ପଥପ୍ରାନ୍ତ ପାଲା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ବୁଗୁଡା ସେକ୍ସନ୍ ଅନ୍ତର୍ଗତ ବୁଗୁଡା, ଶାଳଭଙ୍ଗା, ଦୁର୍ଗାପ୍ରସାଦ ଓ ଝିଣ୍ଟିକାବାରୀ ଗ୍ରାମରେ ପାଲାଦଳ ପହଞ୍ଚି ଗ୍ରାମ ଦାଣ୍ଡରେ ପାଲା ପରିବେଷଣ କରି ଜନସାଧାରଣଙ୍କୁ ସଚେତନ କରିବା ସହିତ ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ପୁରାଣ ଆଧାରିତ ବିଷୟ ବସ୍ତୁ କୁ ନେଇ ଭାବାବେଗ ସହ ଜଡିତ କେତେକ ବିଷୟ ଵସ୍ତୁ ର ଅବତାରଣା କରିଥିଲେ । ଶେଷରେ ଜଙ୍ଗଲରେ ନିଆଁ ଲଗାଇବା ମହାପାପ ବୋଲି ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସେକ୍ମନ ବନପାଳ ରାଜ କୁମାର ଶତପଥି, ବନପାଳ ପୁଷ୍ପଲତା ସ୍ବାଇଁ, ଫାୟାର ସ୍କ୍ୱାର୍ଡ ମୋହନ ପ୍ରଭୃତି ପରିଚାଳନ କରିଥିଲେ ।





