ନୂଆଦ୍ଲିଲୀ, (ବାଘୁଆବାର୍ତ୍ତା): ଟି-୨୦ ୱାର୍ଲ୍ଡ କପ୍ ଫାଇନାଲରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ଭାରତୀୟ ବଂଶୋଦ୍ଭବ ଜାନକୀ ଈଶ୍ୱର । ବିଶ୍ୱ ପ୍ରସିଦ୍ଧ ରିଏଲିଟି ସୋ ‘ଦ ଭଏସ୍’ରେ ଯୋଗ ଦେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ୧୩ ବର୍ଷୀୟ ଅଷ୍ଟ୍ରେଲିଆନ୍ ଝିଅ ଜାନକୀ । ବର୍ତ୍ତମାନ ଟି-୨୦ ୱାର୍ଲ୍ଡ କପ୍ ଫାଇନାଲରେ ସେ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଫାଇନାଲ ସନ୍ଧ୍ୟାରେ ଜିମ୍ୱାବୱେନ୍ର ଥାଣ୍ଡୋ ସିକୱିଲାଙ୍କ ଉପରେ ପର୍ୟ୍ୟବେସିତ ‘ଆଇସ ହାଉସ୍ ୱି କାନ୍ ଗଟ୍ ଚୁଗେଦର୍’ ନାମକ ସଙ୍ଗୀତ ପ୍ରଦର୍ଶନ କରିବେ । ଏନେଇ ସମସ୍ତ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ରହିଥିବା ଇଣ୍ଡିଆନ୍ ଏକ୍ସପ୍ରେସ ପ୍ରକାଶ କରିଛି । କୋଟି କୋଟି ଦର୍ଶକଙ୍କ ସମ୍ମୁଖରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ମୋ ପାଇଁ ଅବିଶ୍ୱସନୀୟ । ମୋ ବାପା ମାଆ କ୍ରିକେଟର ବଡ଼ ପ୍ରଶଂସକ । ତାଙ୍କ ଆଶିର୍ବାଦରୁ ହିଁ ମୋତେ ଏହି ସୁଯୋଗ ମିଳିଛି । ଫାଇନାଲରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଥିଲେ ଜାନକୀ । ଜାନକୀଙ୍କ ପିତାମାତା ଅନୁପ ଦିବାକରଣ ଓ ଦିବ୍ୟା ଦିବାକରଣ କେରଳର କୋଜହିକୋଡ଼େର । ଦୀର୍ଘ ୧୫ ବର୍ଷ ହେବ ସମସ୍ତ ପରିବାର ଅଷ୍ଟେଲିଆରେ ବାସ କରିଆସୁଛନ୍ତି । ଜାନକୀଙ୍କ ବାପାମାଆ ପ୍ରଥମେ ତାଙ୍କୁ ଭାରତୀୟ ସଙ୍ଗୀତ ଉପରେ ଶିକ୍ଷା ଦେଇଥିଲେ ଜାନକୀଙ୍କୁ ୫ ବର୍ଷ ହେବା ପରେ ସେ କାର୍ନାଟିକ୍ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ।






