Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାମୁସାହି କଣ୍ଟେନମେଣ୍ଟ, ଦେବୋତ୍ତର କଲୋନୀ ଓ ଯଦୁମଣୀ ନଗର ସଟ୍‌ଡାଉନ୍ !

by Anil Panda
June 25, 2020
in Nayagarh
ଜାମୁସାହି କଣ୍ଟେନମେଣ୍ଟ, ଦେବୋତ୍ତର କଲୋନୀ ଓ ଯଦୁମଣୀ ନଗର ସଟ୍‌ଡାଉନ୍ !
32
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରୁ ଗତକାଲି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ିଛି । ଏହି ୩ ଜଣ ଆକ୍ରାନ୍ତ ଯଥାକ୍ରମେ ଦେବୋତ୍ତର କଲୋନୀ, ଯଦୁମଣୀନଗର ଏବଂ ଜାମୁସାହିରୁ ଚିହ୍ନଟ ହୋଇଛନ୍ତି । ଏହି ତିନିଜଣ ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଏଥି ମଧ୍ୟରୁ ଜାମୁସାହିରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ସୁନା ଦୋକାନ କର୍ମଚାରୀ ବୋଲି ସୂଚନା ମିଳିଛି । ଏହି ବ୍ୟକ୍ତି ତାଙ୍କ ଗ୍ରାମରେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଜାମୁସାହିକୁ କଣ୍ଟେନମେଣ୍ଟ ଘୋଷଣା କରାଯିବାର ସମ୍ଭାବନା ରହିଛି । ସେହିପରି ଭାବେ ଦେବୋତ୍ତର କଲୋନୀ ଏବଂ ଯଦୁମଣୀ ନଗରରେ ସୁନା ବ୍ୟବସାୟୀ ଲିଙ୍କ ଥିବାରୁ ଉକ୍ତ ଅଂଚଳକୁ ତିନିଦିନିଆ ସଟ୍‌ଡାଉନ୍ କରାଯିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ, ଏହି ଅଂଚଳରୁ ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବା ଏବଂ ରାପିଡ୍ ସ୍ୱାବ ପରୀକ୍ଷା କରାଯିବାର ଯୋଜନା ରହିଛି । ଏହି ଅଂଚଳ ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିବ । ଯେପରି ଏହି ଅଂଚଳ ବାସୀ ବାହାରକୁ ନବାହରିବେ ଏବଂ ବାହାର ଲୋକ ଏହି ଅଂଚଳକୁ ପ୍ରବେଶ ନକରିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ଜଣାଯାଇଛି । ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଡ. ପୋମା ଟୁଡୁ ବିଧିବଧ ଭାବେ ଘୋଷଣା କରିବାର ସମ୍ଭାବନା ରହିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!