ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବୁଢ଼ିଝରୀ ମୈାଜାରେ ଜମି ଦେବାକୁ କହି କିଛି ବ୍ୟକ୍ତି ନୟାଗଡ଼ ସହର ଦେବୋତ୍ତର କଲୋନୀ ଲେନ୍ ନଂ ୨ ନିବାସୀ କୃପାସିନ୍ଧୁ ପଣ୍ଡାଙ୍କ ପୁଅ ତପନ କୁମାର ପଣ୍ଡା ୭ ଲକ୍ଷ ୭୦ ହଜାର ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ବୁଢ଼ୀଝରୀ ମୈାଜା ସୁକର ପ୍ରଧାନଙ୍କ ଏକ ଜମିକୁ କିଣାଇ ଦେବାକୁ ନୂଆଗାଁ ଥାନା ନଇତଇଲା ଗ୍ରାମର ତ୍ରିଲୋଚନ ପାଣି ଏବଂ ଧନେଶ୍ୱର ବେହେରା, ମାଟିଆ ସେଠୀ ପ୍ରତିଶୃତି ଦେଇଥିଲେ । ଏଥିପାଇଁ ବିଭିନ୍ନ ସମୟରେ ୭ ଲକ୍ଷ ୭୦ ହଜାର ଟଙ୍କା ନେବା ପରେ ଏହି ଦଲାଲ୍ମାନେ ତପନଙ୍କୁ ଧରାଛୁଆଁ ଦେଇନଥିଲେ । ଟଙ୍କା ମାଗିବାରୁ ସମସ୍ତେ ମିଶି ତପନଙ୍କୁ ଗାଳିଗୁଲଜ କରିଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ନୂଆଗାଁ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ତ୍ରିଲୋଚନ ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁତ୍ରରୁ ଜଣାଯାଇଛି ।





