ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଫାଲ୍ସ ଇଣ୍ଡିଆ ସହାୟତାରେ ପଲ୍ଲୀ ବିକାଶ ସମିତି ଓ ଭାରତ ବିକାଶ ପରିଷଦ ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ଜଳ ଓ ପରିମଣ ବୈଷୟିକ ଅସୁବିଧା ଏବଂ ଏହାର ଦୂରୀକରଣ ସଂମ୍ପର୍କୀତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଲ୍ଲୀ ବିକାଶ ସମିତି ସଂପାଦକ ପ୍ରସନ୍ନ କୁମାର ପଣ୍ଡା, ଭାରତ ବିକାଶ ପରିଷଦ ସଚିବ ପ୍ରଦୀପ କୁମାର ସାହୁ, ଶ୍ରୀଧର ସାହୁ, ଅନାଦି ଚରଣ ମହାନ୍ତି, ହରପ୍ରସାଦ ମହାପାତ୍ର ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ପାଇଖାନା ନିର୍ମାଣ କରିବା, ସ୍ୱଚ୍ଛ ପାନୀୟ ଜଳର ସୁବିଧା କରାଇବା ନେଇ ପଦକ୍ଷେପ ନେବାକୁ ଉକ୍ତ ବୈଠକରେ ଆଲୋଚନା ହୋଇଥିବା ବେଳେ ୫ ଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।






