Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯାଜପୁର ଆର୍‌ଏମ୍‌ସି ନିର୍ବାଚନ, ୮ ରୁ ୭ଆସନ ଦଖଲ କଲା ବିଜେଡି

by ସଞ୍ଜୟ ସ୍ୱାଇଁ
February 5, 2025
in State
ଯାଜପୁର ଆର୍‌ଏମ୍‌ସି ନିର୍ବାଚନ, ୮ ରୁ ୭ଆସନ ଦଖଲ କଲା ବିଜେଡି
114
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆର୍‌ଏମସିର ନିର୍ବାଚନ ୧୪ବର୍ଷ ପରେ କରିବା ପାଇଁ ନୂଆ ସରକାର ନିଷ୍ପତି ନେଇ ହରଡ଼ଘଣାରେ ପଡ଼ିଛନ୍ତି। ଗତକାଲି ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳ ଏକତରଫା ବିଜୟୀ ହୋଇଛି। ମୋଟ କୃଷକ ନିର୍ବାଚନ ମଣ୍ଡଳୀରୁ ୮ ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ସେଥି ମଧ୍ୟରୁ ୭ଟି ଆସନକୁ ବିଜୁ ଜନତା ଦଳ କବ୍‌ଜା କରିନେଇଥିବା ବେଳେ ମାତ୍ର ଗୋଟିଏ ଆସନ ବିଜେପି ହାତକୁ ଯାଇଛି। ଫଳରେ ଯେଉଁ ବିଜେପି ବିଜେଡିକୁ ଚେକ୍ ଦେବା ପାଇଁ ଏଭଳି ନିର୍ବାଚନ କରିବାକୁ ଉଦ୍ୟମ କରିଥିଲା ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଚୂଡାନ୍ତ ଫଳାଫଳ ମୁତାବକ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ କେବଳ ସୁଦିପ୍ତ ପଣ୍ଡା ୮୪୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଶକ୍ତି ରଂଜନ ମହାନ୍ତି (୬୫୮), ଅମରେନ୍ଦ୍ର ମିଶ୍ର (୬୫୬), ଚିତ୍ତରଂଜନ ସାହୁ (୬୩୬), ପଙ୍କଜ କୁମାର ସାହୁ(୫୭୧), ପ୍ରଦୀପ୍ତ ସେନାପତି (୫୭୧), ଦିବାକର ମଲ୍ଲିକ(୫୬୨), ବୃନ୍ଦାବନ ସାହୁ ୫୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସରପଞ୍ଚ ନିର୍ବାଚନ ମଣ୍ଡଳୀରୁ ବିଜେଡି ସମର୍ଥିତ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରା ୪୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପୌରାଞ୍ଚଳ ନିର୍ବାଚନ ମଣ୍ଡଳୀରୁ ବିଜେଡି ସମର୍ଥିତ ପ୍ରାର୍ଥୀ ସେକ୍ ମୁର୍ତ୍ତଜା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ଯାଜପୁର ହରିସାମନ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ନିର୍ବାଚନ ଓ ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀ ମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ବିପୁଳ ବିଜୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!