Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯାଜପୁର ଆର୍‌ଏମ୍‌ସି ନିର୍ବାଚନ, ୮ ରୁ ୭ଆସନ ଦଖଲ କଲା ବିଜେଡି

by ସଞ୍ଜୟ ସ୍ୱାଇଁ
February 5, 2025
in State
ଯାଜପୁର ଆର୍‌ଏମ୍‌ସି ନିର୍ବାଚନ, ୮ ରୁ ୭ଆସନ ଦଖଲ କଲା ବିଜେଡି
143
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆର୍‌ଏମସିର ନିର୍ବାଚନ ୧୪ବର୍ଷ ପରେ କରିବା ପାଇଁ ନୂଆ ସରକାର ନିଷ୍ପତି ନେଇ ହରଡ଼ଘଣାରେ ପଡ଼ିଛନ୍ତି। ଗତକାଲି ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳ ଏକତରଫା ବିଜୟୀ ହୋଇଛି। ମୋଟ କୃଷକ ନିର୍ବାଚନ ମଣ୍ଡଳୀରୁ ୮ ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ସେଥି ମଧ୍ୟରୁ ୭ଟି ଆସନକୁ ବିଜୁ ଜନତା ଦଳ କବ୍‌ଜା କରିନେଇଥିବା ବେଳେ ମାତ୍ର ଗୋଟିଏ ଆସନ ବିଜେପି ହାତକୁ ଯାଇଛି। ଫଳରେ ଯେଉଁ ବିଜେପି ବିଜେଡିକୁ ଚେକ୍ ଦେବା ପାଇଁ ଏଭଳି ନିର୍ବାଚନ କରିବାକୁ ଉଦ୍ୟମ କରିଥିଲା ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଚୂଡାନ୍ତ ଫଳାଫଳ ମୁତାବକ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ କେବଳ ସୁଦିପ୍ତ ପଣ୍ଡା ୮୪୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଶକ୍ତି ରଂଜନ ମହାନ୍ତି (୬୫୮), ଅମରେନ୍ଦ୍ର ମିଶ୍ର (୬୫୬), ଚିତ୍ତରଂଜନ ସାହୁ (୬୩୬), ପଙ୍କଜ କୁମାର ସାହୁ(୫୭୧), ପ୍ରଦୀପ୍ତ ସେନାପତି (୫୭୧), ଦିବାକର ମଲ୍ଲିକ(୫୬୨), ବୃନ୍ଦାବନ ସାହୁ ୫୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସରପଞ୍ଚ ନିର୍ବାଚନ ମଣ୍ଡଳୀରୁ ବିଜେଡି ସମର୍ଥିତ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରା ୪୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପୌରାଞ୍ଚଳ ନିର୍ବାଚନ ମଣ୍ଡଳୀରୁ ବିଜେଡି ସମର୍ଥିତ ପ୍ରାର୍ଥୀ ସେକ୍ ମୁର୍ତ୍ତଜା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ଯାଜପୁର ହରିସାମନ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ନିର୍ବାଚନ ଓ ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀ ମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ବିପୁଳ ବିଜୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!