ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉ ଥିବା ବେଳେ ଜେଲ୍ ଅଦାଲତକୁ ସ୍ଥଗିତ ରଖାଯାଇଛି । ଆଜି ହେବାକୁ ଥିବା ଏହି ଅଦାଲତକୁ ସ୍ଥଗିତ ରଖାଯିବା ନେଇ ଜେଲର ଡିଜି ସନ୍ତୋଷ ଉପଧ୍ୟାୟ ସୂଚନା ଦେଇଛନ୍ତି । ଏହି ଅଦାଲତ ମାଧ୍ୟମରେ ଛୋଟମୋଟ ମାମଲାରେ ଜେଲରେ ଥିବା ବିଚାରଧିନ କଏଦୀଙ୍କ ମୁକୁଳିବା ପାଇଁ ବ୍ୟବସ୍ଥା କରାଯାଇଥାଏ । ଜେଲ ଭିତରେ ଅଦାଲତ ବସି ଛୋଟ ମାମଲାର ତୁରନ୍ତ ବିଚାର କରାଯିବ । ଆଜି ପ୍ରଥମଥର ଏହି ଅଦାଲତ ବସିବାର କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଛାଡ଼ଖଣ୍ଡରେ ଜେଲ ଅଦାଲତ ସଫଳ ହୋଇପାରିଛି । ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପରବର୍ତ୍ତୀ ସମୟରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ନେଇ ସୂଚନା ମିଳିଛି ।





