ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଚାର ବିଭାଗୀୟ ତଥା ସହକାରୀ ଜିଲ୍ଲା ଦୌରା ଜଜ୍ ଶୃତିସ୍ନିଗ୍ଧା ଦାଶ ୧୨ ଜଣ ସାକ୍ଷୀ ମାନଙ୍କ ବୟାନକୁ ଭିତି କରି ଆସାମୀ ଦିପକ ପାଳ (ଦିପୁ)ଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଘଡୁଆଳ ପଞ୍ଚାୟତ ଘଡୁଆଳ ଗ୍ରାମର ସାରଥ ପାଳଙ୍କ ପୁଅ ଦୀପକ ପାଳ ପୁର୍ବ ଶତୃତାକୁ ନେଇ ଏକ ମାମଲା ଟାଉନ ଥାନାରେ ରୁଜୁ କରାଯାଇଥିଲା । ୨୦୨୨ ମସିହାରେ ଆସାମୀ ଦୀପକ ପାଳ ଓ ତାଙ୍କ ବାପା ସାରଥ ପାଳ, ଆସାମୀଙ୍କର ମା’ ଜାନକୀ ପାଳ ପୂର୍ବ ମାମଲାକୁ ନେଇ ବିପରୀତ ପକ୍ଷଙ୍କୁ ଆକ୍ରମଣ କରିଥିଲେ । ପୂର୍ବରୁ ଦୀପକ ପାଳ ଏତଲା କାରିଣି ଲକ୍ଷ୍ମୀପ୍ରିୟା ବଳିଆରଙ୍କ ଝିଅକୁ ଅପହରଣ କରିଥିଲା । ଏହାର ସାକ୍ଷୀ ପ୍ରମାଣ କୋର୍ଟରେ ଚାଲୁ ରହିଥିଲା । ଏହି ମାମଲାରେ କେଶକୁ ରଫାଦଫା କରିବା ପାଇଁ ଆସାମୀ ମାନେ ଏତଲା କାରିଣୀ ଓ ତାଙ୍କ ଝିଅକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ମାମଲାରେ ଆଜି ସହକାରୀ ଜିଲ୍ଲା ଦୌରା ଜଜ୍ ଆସାମୀ ଦୀପକ ପାଳଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମନା ୩୦୦୦ ଟଙ୍କା କରାଯାଇଛି । ଏହି ଟଙ୍କା ପଇଠ ନକଲେ ଆଉ ୫ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ଦୌରା ଜଜ୍ । ଏହି ମାମଲାକୁ ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଡ଼ ପରିଚାଳନା କରୁଥିଲେ ।





