ହରିୟାଣା (ବାଘୁଆବାର୍ତ୍ତା): ହରିୟାଣାର ରେୱାଡି ଜେଲରୁ ୧୩ କଏଦୀ ଫେରାର । ରେଲିଂ କାଟି ଏହି କଏଦୀମାନେ ଫେରାର ହୋଇଯାଇଛନ୍ତି । ଫେରାର ହୋଇଥିବା ସମସ୍ତ କଏଦୀ କରୋନା ସଂକ୍ରମିତ ହୋଇଥିଲେ । ପୁଲିସ ଏବେ ସମସ୍ତ ଫେରାର କଏଦୀଙ୍କୁ ଖୋଜୁଛି । ରେୱାଡି ଜେଲରେ କିଛି ଦିନ ତଳେ ଏହି ସମସ୍ତ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ଏକ ସେଲରେ ରଖି ଚିକିତ୍ସା କରାଯାଉଥିଲା । ଏହି ସମସ୍ତ କଏଦୀ ରେଲିଂ କାଟି ଫେରାର ହୋଇଯାଇଛନ୍ତି । ଏହି ସମସ୍ତ କଏଦୀ ଗମ୍ଭୀର ଅପରାଧ ମାମଲାରେ ସଜା କାଟୁଥିଲେ । ଏହି କଏଦୀମାନେ ହତ୍ୟା, ବଳତ୍କାର, ଅପହରଣ ଭଳି ଗମ୍ଭୀର ଅପରାଧ ମାମଲାରେ ସଜା କାଟୁଥିଲେ । ପୁଲିସର ଏକ ଟିମ ଏହି କଏଦୀମାନଙ୍କୁ ତଲାଶ କରୁଛି । ଗୋଟିଏ ପଟେ ହରିୟାଣାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ କରୋନା ପଜିଟିଭ କଏଦୀ ଫେରାର ହୋଇଯାଇଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।






