ନୟାଗଡ଼,(ବାଘୁଆବାର୍ତ୍ତା): ପାଣିପୋଇଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ରକ୍ଷାବନ୍ଧନ ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବିଦ୍ୟାଳୟର ସଂପାଦକ ମନୋରଂଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁମନ୍ଦିରର କୁନି କୁନି ଶିଶୁମାନେ ଖଣ୍ଡପଡା ଉପକାରାଗାରରେ ଥିବା ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ପରସ୍ପର ମଧ୍ୟରେ ଭାଇଚାରା ଭାବ ଉଦ୍ରେକ କରି ସମାଜରେ ସୁନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ ।
ଉପକାରାଗାରର କର୍ତୃପକ୍ଷ ଶିଶୁଙ୍କର ଶୃଙ୍ଖଳା ଓ ସଂଯମତାକୁ ଦେଖି ଆନନ୍ଦ ଅନୁଭବ କରିବା ସହିତ ଗୁରୁଜନଙ୍କ ଆଦେଶ ପାଳନ କରି ଉତମ ଛାତ୍ର ହେବା ପାଇଁ ପରାମର୍ଶ ଦେଇଥିଲେ ଦେଇଥିଲେ । ଉପକାରାଗାରର ସମସ୍ତ କର୍ମଚାରୀ ଶିଶୁ ମାନଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ସୁନାଗରିକ ହୋଇ ସମାଜରେ ଭଲ ମଣିଷ ହେବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ସରୋଜିନୀ ଗୁରୁମା , ରଂଜିତା ଗୁରୁମା ଓ କ୍ରିଷ୍ଣା ଗୁରୁମାମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।






