ଫୁଲବାଣୀ, (ବାଘୁଆବାର୍ତ୍ତା): ନାବାଳିକା ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍ ଓ ୨୦ ହଜାର ଜରିମାନା ନେଇ ଦଣ୍ଡାଦେଶ ହୋଇଛି । ମଙ୍ଗଳବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ପକସୋ କୋର୍ଟର ସ୍ଵତନ୍ତ୍ର ବିଚାରପତି ଏହି ଆଦେଶ ଦେଇଛନ୍ତି । ଜି.ଉଦୟଗିରି ଥାନା ଅଞ୍ଚଳର ଅଭିଯୁକ୍ତ ବିଜୟ ନାୟକ ୫୫ ବର୍ଷ କୁ ୨୫ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ବିଚାରପତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ବିଜୟ ଗତ ୨୦୨୦ରେ ଜିଉଦୟଗିରି ଥାନ। ଅଞ୍ଚଳର ୭ ବର୍ଷର ନାବାଳିକାକୁ ଡାକି ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପରିବାର ଲୋକେ ଜି.ଉଦୟଗିରି ଥାନାରେ ଏତେଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ସରକାର ପକ୍ଷରୁ ବରୀଷ୍ଠ ଆଇନଜୀବୀ ଅସୀମ କୁମାର ପ୍ରହରାଜ ମକଦମା ପରିଚାଳନା କରୁଥିଲେ ।





