Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦରଦୀ ନେତା ଅରୁଣଙ୍କୁ ଏବେବି ଝୁରୁଛନ୍ତି ଖଣ୍ଡପଡ଼ା ବାସୀ

by Anil Panda
September 12, 2020
in Nayagarh
ଦରଦୀ ନେତା ଅରୁଣଙ୍କୁ ଏବେବି ଝୁରୁଛନ୍ତି ଖଣ୍ଡପଡ଼ା ବାସୀ
818
VIEWS
Share on FacebookShare on Twitter

ଖଣ୍ଡପଡା, (ବାଘୁଆବାର୍ତ୍ତା) : ଲୋକପ୍ରିୟ ଦରଦୀ ଜନନେତା ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଖଣ୍ଡପଠା ଅରୁଣ ନିବାସ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ଅରୁଣପ୍ରେମୀ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଅରୁଣ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ଅତିଥି ରୁପେ ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ପ୍ରମୋଦ କୁମାର ପଟ୍ଟନାୟକ ଓ ମୁଖ୍ୟବକ୍ତା ରୁପେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଗଣେଶ୍ୱର ସ୍ୱାଇଁ ଯୋଗଦେଇଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅରୁଣ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ ଥିଲେ ଜଣେ ଦରଦୀ ଜନନେତା, ଏବେବି ନିର୍ବାଚନମଣ୍ଡଳୀବାସୀ ତାଙ୍କୁ ଝୁରୁଛନ୍ତି ଓ ଚିରଦିନ ପାଇଁ ତାଙ୍କୁ ଝୁରୁଥିବେ ବୋଲି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମତ ଦେଇଥିଲେ । ସାମ୍ବାଦିକ ବିନାୟକ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦର ସଭାପତି ବସନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ଖଣ୍ଡପଡା ସହରର ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୀକାରୀ ମହମ୍ମଦ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀବାଳା ମହାନ୍ତି, ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ନାୟକ, ଯୁବ ସଂଗଠକ ତଥା ସମାଜସେବୀ ବିଜୟ କୁମାର ନନ୍ଦ, ସନ୍ତୋଷ କୁମାର ତ୍ରୀପାଠୀ, କଂଟିଲୋ କଂସାରୀ ସମାଜର ସଭାପତି ଅଖିଳ କୁମାର ମହାରଣା, କିଆଝର ସରପଂଚ ଚନ୍ଦ୍ରକାନ୍ତ ବଳିୟାର ସିଂ, ପୂର୍ବତନ ସରପଂଚ ସୁକାନ୍ତି ଜେନା, କୋସକା ସରପଂଚ କୃଷ୍ଣଚନ୍ଦ୍ର ସାହୁ, ସରକାରୀ ଓକିଲ ହରିଶ୍ଚନ୍ଦ୍ର ପ୍ରଧାନ, ସନାତନ ଷଡଙ୍ଗୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ଅରୁଣ ବାବୁଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ । ସେହିପରି ଖଣ୍ଡପଡା ନିର୍ବାଚନମଣ୍ଡଳୀର ୪୨ଟି ପଚାଂୟତରେ ଅରୁଣବାବୁଙ୍କ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!