ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାତି ପାହିଲେ ପବିତ୍ର ମହାଶିବରାତ୍ରି । ସେଥିପାଇଁ ସଜେଇ ହେଉଛି ସମସ୍ତ ଦେବାଦେବୀ ପୀଠ । ସକାଳ ହେଲେ ଚଳଚଞ୍ଚଳ ହେବ ଶୈବ ପୀଠ । ତେବେ ଚଳିତ ବର୍ଷ କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ପାଳନ ହେବ ଜାଗର । ବହୁ ବାଦ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମିଳିଛି ଅନୁମତି । କୋଭିଡ୍ କଟକଣା ମାନି ମନ୍ଦିର ବେଢା ଭିତରେ ଜାଗର ଜାଳିବାକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ସଜବାଜ ହେଉଛି ମନ୍ଦିର । ମନ୍ଦିର ବାହାରେ ୨ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ କରାଯାଇଛି । ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ଓ ବାହାରେ ଟେଣ୍ଟଲାଗିଛି । କରୋନାକୁ ଦୃଷ୍ଟିରେ ରଖି ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି ।





