ପୁରୀ,(ବାଘୁଆବାର୍ତ୍ତା): ଶ୍ରୀମନ୍ଦିର ଅର୍ଥ ବୈଠକ ଆଜି ଶେଷ ହୋଇଯାଇଛି । ଉକ୍ତ ବୈଠକରେ ୨୦୨କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ବଜେଟକୁ ଆଗାମୀ ଦନିରେ ହେବାକୁ ଥିବା ପରିଚାଳନା କମିଟିର ଅନୁମୋଦିତ କରାଯିବ । ରଥ ପାଇଁ ୧୧କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ସୁବିଧା ପାଈଁ ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଏବଂ ସେବାୟତ ସହାୟତା ପାଇଁ ୫କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ସେହିପରି ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ୨୦୨୩ର ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧ହଜାର କୋଟି କରିବା ପାଇଁ ଉଦ୍ୟମ କରାଯିବ । ତତସହିତ ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନେବା ସହିତ ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ପ୍ରସ୍ତାବ ଉପରେ ଅବଗତ କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ପ୍ରକାଶ କରିଛନ୍ତି ।






