Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାପ୍ରଭୁ ସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଅନ୍ତି ହାତୀ ବେଶ, ଆସନ୍ତୁ ଜାଣିବା

by ସଞ୍ଜୟ ସ୍ୱାଇଁ
June 24, 2021
in Lifestyle, State
ମହାପ୍ରଭୁ ସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଅନ୍ତି ହାତୀ ବେଶ, ଆସନ୍ତୁ ଜାଣିବା
251
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ବେଶରେ ସଜ୍ଜିତ ହେବାକୁ ଭଲ ପାଆନ୍ତି । ବିଭିନ୍ନ ସ୍ୱତନ୍ତ୍ର ଦିବସରେ ତାଙ୍କର ସ୍ୱତନ୍ତ୍ର ବେଶ ରହିଛି । ଯାହାକୁ ଦର୍ଶନ କରି ଭକ୍ତ ନିଜକୁ ପ୍ରେମଭକ୍ତିରେ ସନ୍ତୁଷ୍ଟ କରେ । ହାତୀ ବେଶ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ର ହାତୀ ବେଶ ହୋଇଥାନ୍ତି । ସ୍ନାନଯାତ୍ରାର ଏହା ଅନ୍ୟତମ ଆକର୍ଷଣ । ହିନ୍ଦୁ ଧର୍ମରେ ଗଜାନନଙ୍କୁ ଅଗ୍ରଗଣ୍ୟ ଦେବତା ଭାବେ ପୂଜା କରାଯାଏ । ପ୍ରତ୍ୟେକ ଧାର୍ମିକ କାର୍ୟ୍ୟକଳାପ ପ୍ରାରମ୍ଭରେ ଶ୍ରୀଗଣେଶଙ୍କୁ ପୂଜା କରିବାର ବିଧି ରହିଛି । ଏହି ନ୍ୟାୟରେ ବର୍ଷର ପ୍ରଥମ ଯାତ୍ରାରେ ଠାକୁରଙ୍କର ଗଜାନନ ବେଶ ହେବା ଶୁଭାରମ୍ଭର ସୂଚନା ଦିଏ । ଏହି ବେଶ ପଛରେ ମଧ୍ୟ ରହିଛି ଏକ ସୁନ୍ଦର କିମ୍ବଦନ୍ତୀ । ଶ୍ରୀଜଗନ୍ନାଥ ଭକ୍ତର ଠାକୁର ବୋଲି ବିଶ୍ୱବିଦିତ । ସେ ଭକ୍ତିରେ ବନ୍ଧା ପଡ଼ିଯାଆନ୍ତି । ସେହିପରି ଦକ୍ଷିଣ ଭାରତର ଜଣେ ଅନନ୍ୟ ପଣ୍ଡିତ ତଥା ଗାଣପତ୍ୟ ଭକ୍ତ ଗଣପତି ଭଟ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଠାକୁରଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡ଼ିଥିଲା । ଏକଦା ଗଣପତି ଭଟ୍ଟ ଏହି ସ୍ନାନଯାତ୍ରା ସମୟରେ ଆସିଥାନ୍ତି ପୁରୀ । ଗଜପତିଙ୍କ ସହ ଭେଟ ସମୟରେ ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଦେଖି ଯିବା ପାଇଁ କହିଲେ । ଶ୍ରୀଗଣେଶଙ୍କ ବ୍ୟତୀତ ଅନ୍ୟ କୌଣସି ଦେବଦେବୀଙ୍କୁ ସ୍ୱୀକାର କରୁନଥିବା ଗଣପତି ଭଟ୍ଟ ରାଜାଙ୍କ କଥା ଆମାନ୍ୟ କରିପାରିଲେ ନାହିଁ । ମନରେ କୁଣ୍ଠା ନେଇ ସ୍ନାନବେଦୀ ନିକଟକୁ ଗଲେ ଦର୍ଶନ ଲାଗି । ତେବେ ଏ କ’ଣ! ସେଠାରେ ସେ କାହାକୁ ଦେଖୁଛନ୍ତି? ଶ୍ରୀଜଗନ୍ନାଥ ନାହାନ୍ତି କି କୃଷ୍ଣ ନାହାନ୍ତି । ଠାକୁରଙ୍କ ମୁଖରୁ ଲମ୍ବି ଆସିଛି ବିଶାଳ ଶୁଣ୍ଢ । ଏ’ତ ତାଙ୍କର ଇଷ୍ଟଦେବତା ଗଣନାଥ । ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳା ଦେଖି ବିମୋହିତ ହେଲେ,କୃତ୍ୟ କୃତ୍ୟ ହେଲେ । ମନେ ମନେ ଲଜ୍ଜିତ ମଧ୍ୟ ହେଲେ । ଠାକୁର ତାଙ୍କୁ ଗଣନାଥ ବେଶରେ ଦର୍ଶନ ଦେଇ ସାରା ଜଗତକୁ ବାର୍ତ୍ତା ଦେଲେଯେ ସେ ହିଁ ସବୁକିଛି – ରାମ,କୃଷ୍ଣ, ଶିବ,ଗଣନାଥ.. ଇତ୍ୟାଦି ଇତ୍ୟାଦି । ସେ ହେଉଛନ୍ତି ସମସ୍ତେ ଏବଂ ସମସ୍ତେ ହେଉଛନ୍ତି ସେ । ଏହି ଘଟଣା ପରଠାରୁ ଶ୍ରୀଜଗନ୍ନାଥ ତଥା ବଡ଼ଠାକୁର ବଳଭଦ୍ରଙ୍କୁ ସ୍ନାନବେଦୀରେ ଯଥାକ୍ରମେ କଳା ଏବଂ ଧଳା ହାତୀ ବେଶରେ ସଜ୍ଜିତ କରାଯାଏ । ପରମ୍ପରା ମୁତାବକ ଏହି ବେଶ ଲାଗି ରାଘବଦାସ ମଠ ଏବଂ ଗୋପାଳତୀର୍ଥ ମଠ ସମସ୍ତ ସାମଗ୍ରୀ ପ୍ରଦାନ କରିଥାନ୍ତି

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!