ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗିରଫ ହେଲେ ଜଗବନ୍ଧୁ । ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେକ୍ସନ ୧୯, ପିଏମ୍ଏଲ୍ଏ ଆକ୍ଟରେ ଗିରଫ କରିଛି ଇଡି । ଅର୍ଚ୍ଚନା ନାଗ ଆର୍ଥିକ ହେରଫେର୍ ମାମଲାର ତଦନ୍ତ କରୁଛି ଇଡି । ଏହିକ୍ରମରେ ପ୍ରଥମେ ଅର୍ଚ୍ଚନା ଓ ପରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଛି ଇଡି । ଶେଷରେ ଶୁକ୍ରବାର ଦିନ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରିବ ଇଡି । କୋର୍ଟରେ ହାଜର ପରେ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।





