ପୌରାଞ୍ଚଳ ପକ୍ଷରୁ ଭୂମି ପ୍ରମାଣ ପତ୍ର ପ୍ରଦାନ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ଆଜି ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଜାଗା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ବସ୍ତି ବାସିନ୍ଦାଙ୍କୁ ସମ୍ମାନ ତଥା ଭୂମି ପ୍ରମାଣ ପତ୍ର ଦେବାରେ ଅନ୍ୟ ରାଜ୍ୟଠାରୁ ଓଡ଼ିଶା ଆଗରେ ବୋଲି କହିଥିଲେ। କେବଳ ଭୂମି ପ୍ରମାଣ ପତ୍ର ନୁହେଁ, ଆବଶ୍ୟକତା ଦୃଷ୍ଟିରୁ ଆବାସ ଯୋଜନା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ପୌରାଞ୍ଚଳ ପକ୍ଷରୁ କରା ଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଦ୍ଵାରା ଆଜି ସହରାଞ୍ଚଳ ୨୩୦ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ଵାବଧନରେ ଆୟୋଜିତ ହୋଇଥିବା ବେଳେ ପୌର କର୍ମଚାରୀମାନେ ସହଯୋଗ କରିଥିଲେ।





